
“ଉଠ ଓଡ଼ିଆ” ସଂଗଠନ ର ସଂକଳ୍ପ ଯାତ୍ରା
ସାକ୍ଷୀଗୋପାଳ: ୧୧.୪.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ) “ଉଠ ଓଡ଼ିଆ” ସଂଗଠନ ର ଓଡ଼ିଆ ଅସ୍ମିତା ପାଇଁ ଆରମ୍ଭ ହୋଇଛି ସଙ୍କଳ୍ପ ଯାତ୍ରା । ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ପଦଯାତ୍ରା ଆରମ୍ଭ କରି ଆଜି ସତ୍ୟବାଦୀ ର ବକୁଳବନ ତଥା ପଞ୍ଚସଖା ଙ୍କ କର୍ମଭୂମି ଏବଂ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉଥିବା ମଣୀଷ ତିଆରି କାରଖାନା ରେ ପହଞ୍ଚିଥିଲେ ଯାତ୍ରୀ ମାନେ।
ବକୁଳବନ ଠାରେ ରାଜ୍ୟ ସରକାରଙ୍କ ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କୁ ନେଇ ପ୍ରଶଂସା କରିବା ସହିତ ଆଗକୁ ଓଡ଼ିଆ ଭାଷାର ସୁରକ୍ଷା କିପରି ହେବା, ଆମ ରାଜ୍ୟର ଯୁବକ, ଯୁବତୀ ମାନେ କିପରି କର୍ମନିଯୁକ୍ତି ପାଇପାରିବେ ଏବଂ ପଞ୍ଚସଖା ଙ୍କ ଆଦର୍ଶ ବିଷୟରେ ଆଲୋଚନା କରିବା ସହିତ ବକୁଳବନ କିପରି ପୂର୍ବ ଅବସ୍ଥା ଫେରି ପାଇବ ସେ ବିଷୟରେ ସରକାର ଙ୍କ ନିକଟର ଦାବି ରଖିଥିଲେ।
ଅପରାହ୍ନରେ ଉତ୍କଳ ମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ।