
ନାବାଳିକା କୁ ଦୁଷ୍କର୍ମ କରି ଜେଲ ଗଲେ ଅପରାଧୀ
ସତ୍ୟବାଦୀ : ୨୮.୭.୨୪ସମାଜରେ ଦିନକୁ ଦିନ ବଢୁଛି ଶିଶୁଙ୍କ ଉପରେ ଶାରୀରିକ ଅତ୍ୟାଚାର । କେବଳ ରାଜ୍ୟ ନୁହେଁ ସାରା ଦେଶରେ ନାବାଳିକାଙ୍କ ଉପରେ ହେଉଛି ଯୌନ ନିର୍ଯାତନା । ଜୀବନ କଣ ଜାଣିବା ଆଗରୁ, ଦୁନିଆ କଣ ଦେଖିବା ଆଗରୁ ସେମାନଙ୍କ ଉପରେ ହେଉଛି ଆଖିବୁଜା ଅତ୍ୟାଚାର । ଯୌନ ପିପାସୁ ରାକ୍ଷସମାନେ କଅଁଳ କଢିଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି । ସତ୍ୟବାଦୀ ର ଆଳିଷ ଗ୍ରାମରେ ଗତ ୨୬ ତାରିଖ ୧୨ ଘଣ୍ଟା ସମୟରେ ଘଟିଯାଇଛି ଏକ ସମ୍ବେଦନଶିଳ ଘଟଣା, ଗ୍ରାମର ମାତ୍ର ୯ ବର୍ଷ ବୟସର ଏକ ଝିଅ ହୋଇଛି ଦୁଷ୍କର୍ମର ଶିକାର।ଝିଅଟି ନିଜର ୩ବର୍ଷ ର ଭାଈ ସହିତ ନିଜ ଘର ପଛ ପଟେ ଖେଳୁଥିବା ସମୟରେ ସେହି ଗ୍ରାମ ର ଦୈତାରି ମଲ୍ଲିକ ଙ୍କ ପୁଅ ଦାମ ଓରଫ ଦାଶରଥି ମଲ୍ଲିକ ସେହି ଝିଅକୁ ଚକୋଲେଟ୍ ଦେଇ ଫୁସୁଲା ଫୁସୁଲି କରି ପାଖରେ ଥିବା ପୋଖରୀ ହୁଡ଼ା କୁ ନେଇଥିଲା । ସେଠାରେ ଏକ କନିଆରି ଫୁଲ ଗଛ ତଳେ ତାକୁ ଦୁଷ୍କର୍ମ କରିଥିଲା । ନିଜ ଝିଅକୁ ଖୋଜି ଖୋଜି ତାର ମା ପୋଖରୀ କୂଳରେ ପହଞ୍ଚି ଥିଲା ଓ ଶେଷରେ ଝିଅକୁ ପାଇଥିଲା। ତାକୁ ଘରକୁ ଆଣି ପଚାରିବା ରେ ସେ ଆସାମୀ ର ନାମ ପ୍ରକାଶ କରିଥିଲା ।ଏହି ଘଟଣା ବିଷୟରେ ପାରିବାର ଲୋକ ଜାଣିବା ପରେ ସତେକେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଘଟଣା ବିଷୟରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିବାପରେ କେସ ନମ୍ବର 217/24 ଅନୁଯାଇ ଏକ ମାମଲା ରୁଜୁ କରାଯାଇ ଆସାମୀକୁ ଗିରଫ କରି କରି ଜେଲ ପଠେଇ ଦିଆଯାଇଛି । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ଅପରାଧୀ କୁ କଡ଼ା ଦଣ୍ଡ ଦେବାକୁ ଅଞ୍ଚଳ ବାସିନ୍ଦା ମାନେ ଦାବି କରିଛନ୍ତି।