
ବନ୍ୟା ଜଳ ରେ ଭାସି ଯୁବକ ନିଖୋଜ
କାକଟପୁର – ୭/୮/2024- (ତୁଷାର ଦୀକ୍ଷିତ ),- ପ୍ରାୟତଃ ପ୍ରତ୍ୟେକ ବର୍ଷ ଅସ୍ତରଙ୍ଗ ଦେବୀ ନଦୀ ରେ ଅନେକ ବ୍ୟକ୍ତି ନିଖୋଜ ହେଉଛନ୍ତି, ଏହିଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଏଡବାଂଶ ଗ୍ରାମ ରେ, ଏହି ଗ୍ରାମ ର ଯୁବକ ଆଶୀଷ କୁମାର ସେନାପତି, ବୟସ ୨୫ ବର୍ଷ, ପିତା -ଶରତ କୁମାର ସେନାପତି ଦେବୀ ନଦୀ ରେ ଭାସି ନିଖୋଜ ହୋଇଯାଇଛନ୍ତି, ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୬ ଘଟିକା ସମୟ ରେ ଆଶୀଷ ଶୌଚ ହେବା ପାଇଁ ଏଡବାଂଶ ନିକଟରେ ଦେବୀ ନଦୀ ତୁଠ କୁ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ, ରାତ୍ର ସମୟ ରେ ସନ୍ଦେହ ଉପୁଜିବାରୁ ତାର ପରିବାର ଲୋକ ବିଭିନ୍ନ ସ୍ଥାନ ରେ ପଚରାଉଚରା କରିଥିଲେ, ପରିଶେଷରେ ଦେବୀ ନଦୀ ତୁଠ କୁ ଯାଇଥିଲେ ସେଠି ଆଶୀଷ ଙ୍କ ଚପଲ ଓ ଗାମୁଛା ଥୁଆ ହେବାର ଦେଖିବାକୁ ପାଇଥିଲେ, ଏହି ଦୃଶ୍ୟ କୁ ଦେଖିବା ପରେ ସେମାନଙ୍କ ଭିତରେ ସନ୍ଦେହ ଘନୀଭୂତ ହୋଇଥିଲା ଓ ଆଜି ସକାଳୁ ସେମାନେ ଉପାୟଶୂନ୍ୟ ହୋଇ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ, ଏହି ଘଟଣା ସଂକ୍ରାନ୍ତ ରେ ଆଶୀଷ ଙ୍କ ବଡବାପା ଙ୍କ ପୁଅ ଆଦର୍ଶ କୁମାର ସେନାପତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ର ସ୍ୱତନ୍ତ୍ର ଟିମ୍ ଖବର ଲେଖା ହେବା ପର୍ଯ୍ୟନ୍ତ ଖୋଜାଖୋଜି ଜାରୀ ରଖିଥିଲେ, ଯାହାକୁ ନେଇ କାକଟପୁର ଦହିଖିଆ ସ୍ଥିତ ଅଗ୍ନିଶମ କେନ୍ଦ୍ର ର ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି, ତାଙ୍କ ସୂଚନା ଅନୁସାରେ ପାଣି ରେ କରେଣ୍ଟ ଅଧିକ ରହିଛି, ବନ୍ୟା ଜଳ ପ୍ରବେଶ କାରଣ ରୁ ଦେବୀ ନଦୀ ରେ ଜଳ ସ୍ରୋତ ମଧ୍ୟ ଅଧିକ ରହିଛି, ଯାହାର ପ୍ରଭାବ ରେ ଯୁବକ ଜଣକ ପାଣି ଭିତର କୁ ଚାଲି ଯାଇଛନ୍ତି, ଏହି ଘଟଣା କୁ ନେଇ ଗ୍ରାମବାସି ଓ ପରିବାର ଲୋକ ଙ୍କ ଭିତରେ ଏକ ପ୍ରକାର ଦୁଃଖ ଦାୟକ ପରିସ୍ଥିତି ସୃଷ୍ଟି ହୋଇଛି l