
ଦେବୀ ନଦୀ ରେ ନିଖୋଜ ଯୁବକ ଙ୍କ ଶବ ଉଦ୍ଧାର
କାକଟପୁର ୮/୮,-( ତୁଷାର ଦୀକ୍ଷିତ )- ମଙ୍ଗଳବାର ସନ୍ଧ୍ୟା ସମୟ ରେ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଏଡବାଂଶ ଗ୍ରାମ ର ଶରତ କୁମାର ସେନାପତି ଙ୍କ ୨୫ ବର୍ଷୀୟ ପୁଅ ଆଶୀଷ କୁମାର ସେନାପତି ନଦୀ କୂଳ କୁ ଶୌଚ ପାଇଁ ଯାଇଥିଲେ ଆଉ ଫେରିନଥିଲେ, ଏହି ଖବର କୁ ନେଇ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ କାକଟପୁର ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକ ଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ଦୀର୍ଘ ସମୟ ଖୋଜିବା ପରେ ଯୁବକ ର କୌଣସି ସନ୍ଧାନ ମିଳିନଥିଲା, କିନ୍ତୁ ଆଜି ଦିବା ୧୧ ଘଟିକା ସମୟ ରେ ଜଗତସିଂହପୁର ମରୀଚିପୁର ଧନୁବେଲାରୀ ନିକଟରେ ନଦୀ ରେ ଏକ ଅଜଣା ଯୁବକ ର ମୃତ ଶରୀର ଲାଗିଥିବାର ସୂଚନା ପାଇ ଆଶୀଷ ଙ୍କ ପରିବାର ଲୋକ ସେଠି ପହଞ୍ଚି, ମୃତ ଶରୀର ଆଶୀଷ ସେନାପତି ଙ୍କର ବୋଲି ଚି଼ହ୍ନଟ କରିଛନ୍ତି, ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି, ଏହି ବାବଦରେ ଆଶୀଷ ଙ୍କ ବଡବାପା ଙ୍କ ପୁଅ ଆଦର୍ଶ କୁମାର ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l