
ବରିଷ୍ଠ ନାଗରିକ ସମାଜର ମୂଲ୍ୟବାନ ସମ୍ବଳ ସଦୃଶ୍ୟ।
ସତ୍ୟବାଦୀ: ତା ୨୧.୮.୨୪ – ଶାଶ୍ଵତ ଟିଭି – ବରିଷ୍ଠ ନାଗରିକ ମାନେ ସମାଜ ଉପରେ ବୋଝ ନୁହନ୍ତି,ବରଂ ସେମାନଙ୍କ ଅଭିଜ୍ଞତା ଓ ଅନୁଭବ ସମାଜର ମୂଲ୍ୟବାନ ସମ୍ବଳ ସଦୃଶ୍ୟ ବୋଲି କହିଛନ୍ତି ବକ୍ତା ମାନେ।ଆଜି ଅପରାହ୍ନ ରେ ପଞ୍ଚସଖା ସ୍ମୃତି ପାଠାଗାର ଠାରେ ସତ୍ୟବାଦୀ ବିକାଶ ପରିଷଦ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ ଶେଖର ମହାରଣା ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ସରକାରୀ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ବରିଷ୍ଠ ନାଗରିକ ଙ୍କ ସମସ୍ୟା ପାଇଁ ବିଭାଗ ସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଥିଲେ।ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ଅନେକ ଅବଦାନ ରଖିଛନ୍ତି।ସେମାନଙ୍କ ଆନନ୍ଦ, ଖୁସି ଓ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସେମାନଙ୍କ ପାଇଁ ରହିଥିବା ଆଇନ, ବ୍ୟବସ୍ଥା ସମ୍ପର୍କରେ ଏକ ସୂଚନା ଫର୍ଦ୍ଦ ପ୍ରସ୍ତୁତ କରି ବରିଷ୍ଠ ନାଗରିକ ମଞ୍ଚ ପ୍ରଦାନ କଲେ ସେମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସଖିମଣି ବରାଳ ବରିଷ୍ଠ ନାଗରିକ ମାନଙ୍କ ସ୍ଥିତି ସମାଜ ପାଇଁ ଅବଦାନ ସମ୍ପର୍କରେ ମତ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଗୁଣ୍ଡିଚା ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଅମର ନନ୍ଦ ଅତିଥି ପରିଚୟ, ସ୍ୱାଗତ ଭାଷଣ,ଉପ ସଭାପତି ବୀରେନ୍ଦ୍ର ଭୂଷଣ ହୋତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ,ବରିଷ୍ଠ ନାଗରିକ ଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ପରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।ଏଥିରେ ବିଭିନ୍ନ ପଞ୍ଚାୟତ ର ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ।