
ବେଆଇନ କରତକଳ ଉପରେ ବନବିଭାଗ ର ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
କାକଟପୁର: ୨୧/୧୦
ତୁଷାର ଦୀକ୍ଷିତ
ଦୀର୍ଘ ଦିନ ଧରି ପୁରୀ ଜିଲ୍ଲା ବନ୍ୟଖଣ୍ଡ ଅଞ୍ଚଳ ରେ ଭିନ୍ନ ଭିନ୍ନ ସ୍ଥାନରେ ବେଆଇନ କରତ କଳ ଚାଲିଆସୁଛି l ବିଭିନ୍ନ ସମୟ ରେ ଜଙ୍ଗଲ ସମ୍ପଦ ନଷ୍ଟ, ବାୟୁ ପ୍ରଦୂଷଣ, ହେଭିୱେଟ ବିଦ୍ୟୁତ ଖର୍ଚ୍ଚ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଭୋର ସମୟରେ ହଠାତ ପୁରୀ ବନବିଭାଗ ର ଅତିରିକ୍ତ ବନବିଭାଗ ଅଧିକାରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱ ରେ କୋଣାର୍କ ବାଲୁଖଣ୍ଡ ବନବିଭାଗ, ଗୋପ, ବ୍ରହ୍ମଗିରୀ ଓ ଅସ୍ତରଙ୍ଗ ବନଖଣ୍ଡ ରେଞ୍ଜ ର ଅଧିକାରୀ ଙ୍କ ସମେତ ସ୍ୱତନ୍ତ୍ର ଟିମ୍ ଓ କାକଟପୁର ପୋଲିସ ଟିମ୍ ର ସହାୟତା ରେ କାକଟପୁର ମୋତି କଲ୍ୟାଣମଣ୍ଡପ,ଲତାହାରଣ ନିକଟରେ ଥିବା କରତକଳ, ବାଲିକୁଳ କରତକଳ ଉପରେ ପ୍ରାୟତଃ ୫୦ ଜଣିଆ ଟିମ୍ ମିଳିତ ଭାବେ ଚଢ଼ାଉ କରିଛନ୍ତି l ସୂଚନା ମୁତାବକ ଟିମ୍ ଉକ୍ତ ସ୍ଥାନ ରୁ କୌଣସି ଦାମୀ କାଠ ପାଇପାରିନାହିଁ, ବନବିଭାଗ ର ଏହି ଟିମ୍ ସମିଲ୍ ର ଲକ୍ଷାଧିକ ଟଙ୍କା ର ସମସ୍ତ ଯନ୍ତ୍ରାସଂ କୁ ଗ୍ୟାସ କଟର ରେ କାଟି ତାହାକୁ ଜବତ କରିବା ସହିତ ବିଦ୍ୟୁତ ସଂଯୋଗ କୁ ବିଛିନ୍ନ କରିଛି, ପରବର୍ତ୍ତୀ ସମୟ ରେ ଚଢ଼ାଉ କରାଯାଇଥିବା ଏହି ବେଆଇନ କରତକଳ ମାଲିକ ଙ୍କ ନାମରେ ମାମଲା ରୁଜ୍ଜୁ କରିବା ସହ ଉକ୍ତ ମାମଲା କୁ କୋର୍ଟ ରେ ଦାଖଲ କରାଯିବ ବୋଲି ଆଜି ଟିମ୍ ର ପୁରୀ ଜିଲ୍ଲା ଅତିରିକ୍ତ ବନ୍ୟବିଭାଗ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି