
ମା’ଦକ୍ଷିଣକାଳୀଙ୍କର ମସ୍ତକ ସଂଯୋଗୀକରଣ ଅନୁଷ୍ଠାନ ପାଳିତ
ସାକ୍ଷୀଗୋପାଳ:୩୦/୧୦/୨୦୨୪
ରିପୋର୍ଟ୍ :ଶାଶ୍ଵତ ଟିଭି
ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା’ଦକ୍ଷିଣକାଳୀଙ୍କର ମସ୍ତକ ସଂଯୋଗୀକରଣ ଅନୁଷ୍ଠାନ ପାଳିତ ହୋଇଯାଇଛି । ମା’ଙ୍କର ସମସ୍ତ ନୀତିକାନ୍ତି ପରେ ସହାଣମେଲା ଦର୍ଶନ ହୋଇଥିଲା । ମହା ଶ୍ମଶାନ ରୁ ସଂଗୃହିତ ମାଟିରେ ମାଙ୍କର ପ୍ରଲେପନ କରି ମସ୍ତକ ସଂଯୋଗୀକରଣ ହୁଏ । ଗୁରୁବାର ସକାଳେ ମାଙ୍କ ମୂର୍ତ୍ତିରେ ପାରମ୍ପାରିକ ରଙ୍ଗ ଦିଆଯିବା ପରେ ମଧ୍ୟ ରାତ୍ରରେ ମାଙ୍କ ପୂଜା ଅନୁଷ୍ଠିତ ହେବ। ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା କରାଯିବ । ମହାଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମା’ଦକ୍ଷିଣକାଳୀ। ଗୁରୁବାର ମଧ୍ୟ ରାତ୍ରରେ ମଣ୍ଡଳ କରଣ, ଘଟଆବାହନ, ଘଟ ସ୍ଥାପନ, ମାଙ୍କ ଜୀବଦାନ, ପାରମ୍ପାରିକ ବଳି, ବିସର୍ଜନ, ହୋମ ଅନୁଷ୍ଠିତ ହେବ।
ମାଙ୍କ ପାଖରେ ମାଟି ହାଣ୍ଡିରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି, ଡାଲାମା, ପାଣିକଖାରୁ ଓ ସହିତ ଓଉ ଖଟା, ବିନା ପିଆଜ, ରସୁଣ, ଆଳୁ ନ ପଡି ମାଛ ବେସର ଆଦି ମାଙ୍କ ପାଖରେ ଭୋଗ ଲାଗିପରେ ପ୍ରସାଦ ସେବନ କରିବେ ଭକ୍ତଗଣ ।
ଏହି ପରିପ୍ରେକ୍ଷିରେ, ଗ୍ରାମ କୋଠ ପକ୍ଷରୁ ରଙ୍ଗବେରଙ୍ଗ ଆଲୋକମାଳରେ ମାଙ୍କ ପୀଠ ଠାରୁ ୩୧୬ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ସଜାଯାଇଛି । ଏହି ପୂଜାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ , ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଅତିରିକ୍ତଏସପି ବିଷ୍ଣୁ ପ୍ରସାଦ ପତି, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଲିପିସା ରାୟ, ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର ସାହୁଙ୍କ ସହିତ, ଗ୍ରାମକୋଠ ଯୁବକସଂଘର ସଦସ୍ୟ ମାନେ ସହଯୋଗର ହାତ ବଢାଇଛନ୍ତି ।