
ନାବାଳିକା ଉଦ୍ଧାର, ୧ ଗିରଫ
କାକଟପୁର ତା ୨୦/୧୧,
( ତୁଷାର ଦୀକ୍ଷିତ )
କାକଟପୁର ଥାନା ପୋଲିସର ସୂଚନା ଅନୁଯାଇ କାକଟପୁର ଅଞ୍ଚଳର ଛଦ୍ମନାମ ଅମ୍ବିକା ବୟସ (୧୭) ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ସୁମନ୍ତ ସାହୁ ( ୨୩ )ଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହାପରେ ଉକ୍ତ ନାବାଳିକାକୁ ଅଭିଯୁକ୍ତ ସୁମନ୍ତ ସେପ୍ଟେମ୍ବର ୮ ତାରିଖରୁ ବେଗୁନିଆରେ ଥିବା ତାର ଭିଣେଇ ଘରେ ରଖି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିଲା l ଝିଅର ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ କାକଟପୁର ଥାନା ସବ-ଇନ୍ସପେକ୍ଟର ପ୍ରିୟଦର୍ଶିନୀ ବରାଳ ନାବାଳିକା ମୋବାଇଲ ଫୋନ ଟ୍ରାକ କରି ସଦଳବଳେ ଗତ ୨୩ ତାରିଖରେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ସୁମନ୍ତ ସହୁକୁ ଗିରଫ କରି ଥାନାକୁ ଆଣିଥିଲେ l ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର 227/24 ଦଫା 137(2) B/87/64(2M) ବିଏନଏସ -2023 ସେକ୍ସନ 6 ପୋକ୍ସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପୁରୀ ନିଆଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରିୟଦର୍ଶିନୀ ବରାଳ ସୂଚନା ଦେଇଛନ୍ତି l