
ମା ମଙ୍ଗଳା ମହୋତ୍ସବର ଅନ୍ତିମ ସନ୍ଧ୍ୟା, ଅଭିଜିତ ମଜୁମଦାର ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ
କାକଟପୁର ତା ୧୭/୩,( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ର ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ତିନିଦିନିଆ ମା ମଙ୍ଗଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନ ସଂଧ୍ୟା ରେ ଅତିଥି ଭାବେ ସ୍ଥାନୀୟ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ଆୟୋଜକ କମିଟି ର ସଭାପତି ଇଂ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା କମିଟି ସମ୍ପାଦକ ସ୍ଵାଧୀନ କୁମାର ନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା କମିଟିର କାର୍ଯ୍ୟକାରୀ ସଭାପତି ସ୍ଵପ୍ନେଶ୍ଵର ସାହୁ ଯୋଗ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ତାଙ୍କ ଗ୍ରୁପ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷାବିତ ପ୍ରତାପ କୁମାର ରାଉତ ଓ ଶୋଭନା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ତିନି ଦିନ ଧରି ଚାଲିଥିବା ମହୋତ୍ସବ କୁ ହଜାର ହଜାର ଲୋକ ଉପଭୋଗ କରିଥିଲେ। ଶେଷରେ ମା ମଙ୍ଗଳା ସମ୍ମାନ ରେ ପଣ୍ଡିତ ରାମଚନ୍ଦ୍ର ଦିକ୍ଷୀତ, ସର୍ଦ୍ଦାର ଗତିକୃଷ୍ଣ ସ୍ୱାଇଁ ସମ୍ମାନ ରେ ଡ଼କ୍ଟର ଭରତ ପଣ୍ଡା ଓ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ରେ ଗୋଟିପୁଅ ନୃତ୍ୟ ଗୁରୁ ଲିଙ୍ଗରାଜ ବାରିକ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସବ ରେ ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧକ୍ଷ୍ୟ ଜୋତ୍ରୀମୟ ଦଳାଇ, କାକଟପୁର ସେବକସମିତି ସଭାପତି ମନୋରଞ୍ଜନ ପଣ୍ଡା, ନିରୋଦ ବରଣ ମହାନ୍ତି, ହିମାଂଶୁ ଭୂଷଣ ଦୀକ୍ଷିତ, ସମରେନ୍ଦ୍ର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ତପନ କୁମାର ଦୀକ୍ଷିତ, ଦୀପ୍ତି ମହାନ୍ତି, ହୃଦାନନ୍ଦ ଶାସମାଲ, ଅନିଲ କୁମାର ଦୀକ୍ଷିତ, ଜ୍ଞାନ ରଞ୍ଜନ ସାହୁ, ସାମ୍ବାଦିକ ପ୍ରଶାନ୍ତ ଜେନା, ଏବଂ କାକଟପୁର ର ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ସଭାପତି ଓ ସମ୍ପାଦକ ଙ୍କ ସମେତ ପ୍ରାୟ ୧୫ ରୁ ୨୦ ହଜାର ଲୋକ ଏହି ଉତ୍ସବ ରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ ହୋଇଥିଲା ,