
ସତ୍ୟବାଦୀ ମାଟି ହରାଇଲା ଆଉ ଜଣେ ବରପୁତ୍ରଙ୍କୁ । ଦେଶ ମାତୃକା ପାଇଁ ପ୍ରାଣବଳି ଦେଲେ ସତ୍ୟବାଦୀ ବ୍ଲକର ଅଳଗୁମ ପଞ୍ଚାୟତର ଦେବାଶିଷ ବିଶ୍ଵାଳ ।
ଜାମ୍ମୁ – କାଶ୍ମୀରର ରାଜୌରି ଅଞ୍ଚଳରେ ଥିବା ଭିମ୍ବର ଗଲି ଏବଂ ପଣ୍ଠୁ ଘାଟି ରେ ସେନା ଗାଡି ଉପରକୁ ଆତଙ୍କବାଦୀ ମାନଙ୍କର ଅତର୍କିତ ଗ୍ରେନେଡ଼ ଆକ୍ରମଣରେ ଆମ ସତ୍ୟବାଦୀ ମାଟିର ଅଳଗ୍ରୁମ ପଞ୍ଚାୟତର ଖଣ୍ଡାୟତ ସାହିର ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ର ବିୟୋଗରେ ଅଞ୍ଚଳ ବାସିଙ୍କ ପାଇଁ ଅପୁରଣୀୟ କ୍ଷତି ହୋଇଛି।
ସହିଦ ଯବାନ ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ । ତାଙ୍କ ମା’ଙ୍କ ନାଁ ମମତା ବିଶ୍ୱାଳ । ୨୦୨୧ ମସିହା ଅକ୍ଷୟ ତୃତୀୟାରେ ବିବାହ କରିଥିଲେ ଦେବାଶିଷ । ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ଦେବାଶିଷ ବିବାହ କରିଥିବାବେଳେ ତାଙ୍କର ଜଣେ ୭ ମାସର କନ୍ୟା ସନ୍ତାନ ରହିଛି ।
ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍ ପାଇଁ ସେଠାରେ ମୁତୟନ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ । ଏବେ ସେଠାରେ ଅଧିକ ଫୋର୍ସ ପହଞ୍ଚି ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି ।ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ । ଏବେ ସେଠାରେ ଅଧିକ ଫୋର୍ସ ପହଞ୍ଚି ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି