
ସାଇକେଲ ରେ ଯାତ୍ରା କରି ସହୀଦ ଙ୍କ ପରିବାର କୁ ଭେଟିଲେ ଜଟଣୀ ବିଧାୟକ ସୁର ରାଉତରାୟ ଙ୍କର ପୁଅ ସିଦ୍ଧାର୍ଥ ରାଉତରାୟ
ଅଜି ସକାଳ ୮ ଘଣ୍ଟା ସମୟରେ ସାଇକେଲ ରେ ଭୁବନେଶ୍ଵର ଠାରୁ ସାକ୍ଷୀଗୋପାଳର ଅଳଗୁମ ପର୍ଯ୍ୟନ୍ତ ଯାତ୍ରା କରି ସହୀଦ ଦେବାଶିଷଙ୍କ ପରିବାର କୁ ଭେଟିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ଙ୍କର ପୁଅ ସିଦ୍ଧାର୍ଥ ରାଉତରାୟ। ପ୍ରଥମେ ସାକ୍ଷୀଗୋପାଳ ରେ ପହଞ୍ଚିବାପରେ ପଞ୍ଚସଖା ସମାଧୀ ପୀଠ ଠାରେ ପଞ୍ଚସଖାଙ୍କ ସମାଧୀ ରେ ଫୁଲ ଦେଇଥିଲେ। ପରେ ପରେ ସାଇକେଲରେ ବାହାରିଥିଲେ ଅଳଗୁମ ଖଣ୍ଡାୟତ ସାହି ଅଭିମୁଖେ।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରୁ ସତ୍ୟବାଦୀ ଖଣ୍ଡାୟତ ସାହି ପ୍ରାୟ ୬୦ କିଲୋମିଟର ନିଜର ୫ ଜଣ ବନ୍ଧୁଙ୍କ ସହିତ ସାଇକେଲ ରେ ଯାତ୍ରା କରି ସହୀଦ ଦେବାଶିଷ ବିଶ୍ବାଳ ଙ୍କ ପରିବାର କୁ ଭେଟି ସାନ୍ତ୍ୱନା ଦେବା ସହିତ ସହୀଦ ଦେବାଶିଷ ଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସିଦ୍ଧାର୍ଥ ଙ୍କ ସହିତ ତାଙ୍କ ଭିଣୋଇ ତଥା ପିସିସି ର ପୂର୍ବତନ ସଭାପତି କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପୂର୍ବତନ ଖୋର୍ଦ୍ଧା ବିଧାୟକ ତଥା ପରିବେଶବିତ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ସମେତ ପାଇକ ଏକାଡେମୀ ର ୨୦ ଜଣ ସଦସ୍ୟ ସହୀଦ ଙ୍କ ପରିବାର କୁ ଭେଟି ଥିଲା ବେଳେ ସହୀଦ ଦେବାଶିଷ ଙ୍କ ଝିଅ ପାଈଁ ଗୋଟିଏ ସାଇକେଲ ଓ ପରିବାର କୁ ସହୀଦ ସହାୟତା ପୁସ୍ତିକା ପ୍ରଦାନ କରିଥିଲେ । ତା ସହିତ ୟୁରୋପ ର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଲବୃଷ୍ ଚଢ଼ି ସେଠାର ସହିଦ୍ ଦେବାଶିଷ ଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଲେଖି ପୋଷ୍ଟର ପ୍ରଦର୍ଶନ କରିଥିଲେ ଏବଂ ସେହି ପୋଷ୍ଟର ଫଟୋ ମଧ୍ୟ ତାଙ୍କ ଭାଇ ବିଜ୍ଞାନକୁ ପ୍ରଦାନ କରିଥିଲେ। ଏହି ଅବସରରେ ସହୀଦ ଦେବାଶିଷ ଙ୍କ ଉଦ୍ଦେଶ୍ୟ ରେ ଗ୍ରାମ ସ୍ମଶାନ ,ଗ୍ରାମ ପୋଖରୀ ହୁଡ଼ା ରେ ଗ୍ରାମବାସୀ ଙ୍କ ସହାୟତା ରେ ୬୦ ଗୋଟି ନଡ଼ିଆ ଗଛ ରୋପଣ କରାଯାଇ ଥିଲା । ସହିଦ୍ ଦେବାଶିଷ ପଢୁଥିବା ତାଙ୍କ ସ୍କୁଲରେ ବାର୍ଷିକ ଉତ୍ସବ ପାଳନ ଏବଂ ସ୍କୁଲ୍ ର ଶ୍ରେଷ୍ଠ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ଙ୍କୁ ସହିଦଙ୍କ ନାମରେ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥଲେ ପ୍ରସାଦ ହରିଚନ୍ଦନ।
ଶେଷରେ ସମସ୍ତେ ସହୀଦ ଦେବାଶିଷ ଙ୍କ ବଳିଦାନ କୁ ମନେ ପକାଇ ତାଙ୍କ ଆମର ଆତ୍ମା ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।