
କାକଟପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ
କାକଟପୁର ତା 24/07,ରାଜ୍ୟ ସରକାର ସାଧାରଣ ଲୋକ ମାନଙ୍କ ପାଖରେ ସିଧା ପହଂଚିବା,ଲୋକ ମାନଙ୍କୁ ସରକାର ଙ୍କ ତରଫରୁ ଆସୁଥିବା ସବୁ ସୁବିଧା, ସୁଯୋଗ ଯୋଗାଇବା ଗରିବ ଲୋକ ମାନେ ଠିକ ସମୟରେ ଯେପରି ସୁବିଧା ପାଇ ପାରିବେ, ଲୋକମାନଙ୍କ ବିଭିନ୍ନ ବିଭାଗ ରେ ଅଟକୁ ଥିବା କୁ ଅଗ୍ରସର କରିବା ପାଇଁ ସରକାର ଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଏବଂ କଣ ପାଇଁ କାମ ଅଟକୁଛି ତା ଉପରେ ବିସ୍ତୃତ ଆଲୋଚନା କରି ସଙ୍ଗେ ସଙ୍ଗେ ଅଭିଯୋଗ କାରୀଙ୍କ ଉପସ୍ଥିତ ରେ ଦାଇତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ପଚାରି ଗରିବ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଉଚ୍ଚ ପଦସ୍ତ ଅଫିସର ମାନେ ରହି ଏହି କାର୍ଯ୍ୟ କୁ ସଠିକ ପରିଚାଳନା କରି ଥାନ୍ତି, ହେଲେ କାକଟପୁର ବ୍ଲକରେ ବିଗତ ପ୍ରାୟ କିଛି ବର୍ଷ ଧରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ପ୍ରହସନରେ ପରିଣତ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପୂର୍ବରୁ ଉପଯୁକ୍ତ
ପ୍ରଚାର ପ୍ରସାର ଅଭାବରୁ ଶିବିରରେ ଆଶାନୁରୂପ ଅଭିଯୋଗ ହୋଇପାରୁନି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି କେତେକ ଅଧିକାରୀ ଏହି ଜନ ଶୁଣାଣି ଶିବିରରେ ଅନୁପସ୍ଥିତ ରହୁଥିବା ପରିଲକ୍ଷିତ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତ କିଛି ବର୍ଷ ଧରି ଖୋଦ୍ ଜିଲ୍ଲାପାଳ ଓ ଏସ୍ପି ଏହି ଜନ ଶୁଣାଣି ଶିବିରକୁ ଆସୁନାହାନ୍ତି। ଅତିରିକ୍ତ ଜିଲ୍ଲାପାଳ ଓ ଏସଡିପିଓଙ୍କ ଉପସ୍ଥିତିରେ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ଅଭିଯୋଗଗୁଡ଼ିକ ସଠିକ୍ ଢଙ୍ଗରେ ସମାଧାନ ହେଉ ନ ଥିବା ଅଭିଯୋଗ ହେଉଛି । ଯାହା ଫଳରେ ଅଭିଯୋଗ ଫାଇଲ ଗଦା ହେଉଛି ସିନା ହେଲେ କାମ ସଠିକ ଢଙ୍ଗରେ ହୋଇ ପାରୁନି ବୋଲି ଶୁଣିବାକୁ ମିଳୁଛି ,ଉକ୍ତ ଶିବିରରେ କୌଣସି ପିଆର ମେମ୍ବରଙ୍କୁ ଡକାଯାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l
ପ୍ରାପ୍ତ ସୂଚନା ଅନୁଯାୟୀ ଗତ ସୋମବାର ଦିନ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ସମୁଦାୟ ୬୧ଟି ଅଭିଯୋଗ ପଞ୍ଜିକରଣ ହୋଇଥିବାବେଳେ ତନ୍ମଧ୍ୟରୁ 42 ଟି ଅଭିଯୋଗ ଶୁଣାଣି ହୋଇଛି । ମୋଟାମୋଟି କାକଟପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ସମ୍ପ୍ରତି ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସୋମବାର କାକଟପୁର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଏସ୍ପିଙ୍କ ଅନୁପସ୍ଥିତିରେ ଯଥାକ୍ରମେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ସିଡିଓ କମ ଈଓ ଜିଲ୍ଲାପରିଷଦ ଜ୍ୟୋତିଶଙ୍କର ମହାପାତ୍ର,ଡିପିଓ ବଳରାମ ପାତ୍ର, ଡେପୁଟି କଲେକ୍ଟର(ଗ୍ରୀଭାନ୍ସ )ପ୍ରିୟଦର୍ଶିନୀ ମଲ୍ଲିକ, ଡେପୁଟି କଲେକ୍ଟର (ଏମର୍ଜେନସି )ଜିତେନ୍ଦ୍ର କୁମାର ବେହେରା,ପ୍ରକଳ୍ପ ଅଧିକାରୀ,ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର,କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା,ବ୍ଲକ୍ ଅଧ୍ୟକ୍ଷ ଶ୍ରୀଧର ନାୟକ, ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ, ଏପିଓ ତୋଫାନ କୁମାର ସାହୁ ସମେତ ସମସ୍ତ ବ୍ଲକ ଅଧିକାରୀ,ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ଆବାସ ଯୋଜନା,ରାସ୍ତାଘାଟ, ଜଳସେଚନ, ଅବକାରୀ, ଭତ୍ତା, ସ୍ଵାସ୍ଥ୍ୟ, ଜଳ ଓ ପରିମଳ ସମ୍ବନ୍ଧୀୟ ସମୁଦାୟ ୬୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ତନ୍ମଧ୍ୟରୁ 42ଟି ଅଭିଯୋଗର ଫଇସଲା ହୋଇଥିଲା। ଅବଶିଷ୍ଟ 19ଟି ଅଭିଯୋଗର ସମାଧାନ ପାଇଁ ଏଗୁଡ଼ିକୁ ବିଭିନ୍ନ ବିଭାଗକୁ ପଠାଇ ଦିଆଯାଇଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସୂଚନା ଦେଇଥିଲେ। ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମ୍ୟ ଉନ୍ନୟନ, ଅବକାରୀ, ଶ୍ରମ, ଉଦ୍ୟାନ ଓ ବିଦ୍ୟୁତ୍ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ।ତେବେ ଆଗାମୀ ଦିନରେ ଜିଲ୍ଲା ଓ ବ୍ଳକ୍ ପ୍ରଶାସନ ଜନ ଶୁଣାଣି ଶିବିର ଆୟୋଜନ କରିବା ପୂର୍ବରୁ ଏହାର ଯଥେଷ୍ଟ ପ୍ରଚାର ପ୍ରସାର କରିବା ସହ ଖୋଦ୍ ଜିଲ୍ଲାପାଳ ଏବଂ ଏସପିଙ୍କ ଉପସ୍ଥିତି ତଥା ଅନ୍ୟାନ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତି ଉପରେ ଗୁରୁତ୍ବ ନ ଦେଲେ ଏହି ଜନ ଶୁଣାଣି ଶିବିର ଲୋକମାନଙ୍କ ଅଭିଯୋଗ ଫାଇଲ ଭିତରେ ଲୁଚି ରହିଯିବ ଯାହା ଏବେ ସାଧାରଣରେ ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଲଟିଛି