
ସତ୍ୟବାଦୀରେ 5t ସଚିବଙ୍କୁ କାଳୀ ମାଡ଼
ଆଜି ସତ୍ୟବାଦୀ ଗସ୍ତରେ ଆସିଥିଲେ 5t ସଚିବ vk Pandian, ଅପରାହ୍ନ 2 ଘଣ୍ଟା ସମୟରେ ସତ୍ୟବାଦୀ ଉତ୍କଳ ମଣି ସ୍ମୃତି ମହାବିଦ୍ୟାଳୟ ଖେଳପଡ଼ିଆ ଠାରେ ପହଞ୍ଚିବା ପରେ ଅଞ୍ଚଳ ବାସୀଙ୍କ ତରଫରୁ କରାଯାଇଥିଲା। ସଚିବ ସଭାସ୍ଥଳକୁ ଯିବା ସମୟରେ ଘଟିଥିଲା ଅଘଟଣ, ଜନସାଧାରଣ ଙ୍କ ମଧ୍ୟରୁ ହଠାତ ଜଣେ ବୋତଲରୁ କାଳୀ ମାଡ଼ କରିଥିଲେ 5T ସଚିବଙ୍କ ଉପରକୁ ଯାହା ଦ୍ଵାରା ସଚିବଙ୍କ ମୁହଁ ଦେହ ସମ୍ପୂର୍ଣ୍ଣ କାଳୀ ରେ ବିଯିଯିବା ସହିତ ଜିଲ୍ଲାପାଳ ଏବଂ ନିକଟରେ ଥିବା ଅଙ୍ଗରକ୍ଷୀଙ୍କ ଉପରେ କାଳୀ ପଡ଼ିଥିଲା।
ଯାହା ଜଣା ପଡ଼ିଛି କଣାସ ଆଡାଲ ପଞ୍ଚାୟତର ଭାସ୍କର ଚନ୍ଦ୍ର ସାହୁ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ କରିଥିଲେ। ଯିଏ କି ୨୦୧୯ ରେ ସ୍ଵାଧୀନ ଭାବରେ ସରପଞ୍ଚ ପଦବୀ ପାଈଁ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ ଏବଂ ବର୍ତମାନ LIC ଏଜେଣ୍ଟ ଭାବରେ କମ କରୁଛନ୍ତି। ଏହି ଘଟଣାକୁ ସତ୍ୟବାଦୀ ବିଜେଡ଼ି ଏବଂ ସ୍ଥାନୀୟ ଜନସାଧାରଣ ଙ୍କ ତରଫରୁ ଘୋର ନିଦା କରାଯାଇଛି। ପରେ ପରେ ନିଜର କାଳୀ ଲାଗିଥିବା ଡ୍ରେସ ଏବଂ ମୁହଁ ସଫାକରି ସଭାସ୍ଥଳରେ ଜନସାଧାରଣ ଙ୍କ ସହିତ ସାକ୍ଷାତ କରିବା ସହିତ ସମସ୍ତଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ।
ହରିବୋଲ ହୁଳହୁଳି ଏବଂ କରତାଳି ସହିତ ସମସ୍ତେ 5t ସଚିବଙ୍କୁ ସ୍ୱାଗତ କରିଥିଲେ। ଆଗକୁ ସତ୍ୟବାଦୀ ର ମନ୍ଦିର ବକୁଳ ବନ ର ବିକାଶ ହେବା ସହିତ ୨ ମାସ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ରେ ପାଠ ପଢା ଆରମ୍ଭ ହେବାର ସୂଚନା ଦେଇଥିଲେ। ଆଜି ଗ୍ରହଣ କରିଥିବା ଦରଖାସ୍ତ ର ଖୁବ୍ ଶୀଘ୍ର ଶୁଣାଣୀ ହେବା ସହିତ ଆସନ୍ତା ୭ ଦିନ ଭିତରେ ମୁଖ୍ୟ ମନ୍ତ୍ରୀ ଆପଣ ମାନଙ୍କୁ ଖୁସି ଖବର ଦେବେ ବୋଲି ସମସ୍ତଙ୍କୁ କହିଥିଲେ 5t ସଚିବ VK ପଣ୍ଡିଆନ।