
ସତ୍ୟବାଦୀ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ
ସତ୍ୟବାଦୀ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ – ସତ୍ୟବାଦୀ : ତା ୨୧.୨.୨୪ – (ସିଂହାରୀ ଆଲୋକ ଖୁଣ୍ଟିଆ) – ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ଆମ ଓଡ଼ିଶା ନବୀନ ଓଡ଼ିଶା। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ରେ ବିକାଶ। ଏହକୁ ଭିତ୍ତିକରି ସତ୍ୟବାଦୀ ଜୟପୁର ପଞ୍ଚାୟତ ରେ ଅୟୋଜନ ହୋଇଯାଇଅଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯକ୍ରମ।
ଏହି ଅବସରରେ ନୂଆଗାଁ ସିଡି ନିକଟସ୍ଥ ସ୍ଵାଦ, କାର୍ଯ୍ୟାଳୟ ନିକଟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ର ବିଧାୟକ, ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ , ସମ୍ମାନୀତ ଅତିଥି ଭାବେ ଜୟପୁର ସରପଞ୍ଚ –ଆରାଧନା ସାମନ୍ତରାୟ, ନୋମିନୀ – ଦୀପକ୍ କୁମାର୍ ଶତପଥୀ, ମହାସଂଘ ଅଧକ୍ଷ୍ୟ ଚିନ୍ମୟ ରାଉତ, ମହାସଂଘ ସଭାପତି ଅନୁପମା ନନ୍ଦ, ଜିଲ୍ଲା ମହିଳା ଅଧକ୍ଷ୍ୟା ହରପ୍ରିୟା ବେହେରା ବିଜେଡି ପଞ୍ଚାୟତ ଅଧକ୍ଷ୍ୟ –ଦେବଦତ୍ତ ସାମନ୍ତରାୟ, VLW- ସୁବାଶିଷ ବେହେରା , GRS- ସବିତା ଶତପଥୀ ଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଯୋଗଦାନ୍ କରିଥଲେ, ଏବଂ ପଞ୍ଚାୟତ ର ବରିଷ୍ଠ ସଦସ୍ୟ ବନମାଳି ପତ୍ରି, ରବୀନ୍ଦ୍ରନାଥ ଷଢଙ୍ଗି , ଗୋପୀନାଥ ଦୀକ୍ଷିତ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ନୂତନ କରି ଭତା ପାଇବାକୁ ଯୋଗ୍ୟ ହୋଇଥିବା ୬୭ ଜଣ ସଦସ୍ୟଙ୍କୁ ଭତା ପ୍ରଦାନ କରାଯାଇଥିଲା।
ଶେଷରେ କଳାକାର ମାନେ ନୃତ୍ୟ ପରିବେଷଣ କରିବା ସହିତ ପାଲା ମାଧ୍ୟମରେ ସରକାରଙ୍କ ସମସ୍ତ ପ୍ରକାର ଯୋଜନା ବିଷୟରେ ଜଣାଇଥିଲେ।