
ଅସ୍ତରଙ୍ଗ ଅଞ୍ଚଳର ମୃତ ପାନଚାଷୀଙ୍କ ପାଇଁ ୨୦ଲକ୍ଷ ଟଙ୍କା ସହାୟତା ଦାବୀକଲା କଂଗ୍ରେସ
କାକଟପୁର (ତୁଷାର ଦୀକ୍ଷିତ ) ତା ୧୪/୬– ଆଜି ସକାଳେ ଅସ୍ତରଙ୍ଗ – କାକଟପୁର ଅଞ୍ଚଳରୁ ଏକ ପିକପ୍ ଭ୍ୟାନ ୧୬ ଜଣ ପାନଚାଷୀଙ୍କୁ ନେଇ ପିପିଲି ପାନମଣ୍ଡିକୁ ଆସୁଥିବା ବେଳେ ଜଗନ୍ନାଥପୁରଠାରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା ।ଏଥିରେ ଅସ୍ତରଙ୍ଗ ଅଞ୍ଚଳର ଛତିଆନା ଗ୍ରାମର ଯୋଗେନ୍ଦ୍ର ସ୍ଵାଇଁ ଓ କେନ୍ଦ୍ରାପାଟୀ ଗ୍ରାମର ଶରତ ସାହୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଚାଷୀମାନେ ଆହତ ହୋଇଛନ୍ତି । ଏହି ଦୁଃଖଦ ଖବର ଜାଣିବା ପରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ମୃତ ଚାଷୀ ଦ୍ଵୟଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ଅନ୍ୟ ଆହତ
ଚାଷୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜ୍ୟ ସରକାର ମୃତ ଚାଷୀ ସ୍ଵର୍ଗତ ଯୋଗେନ୍ଦ୍ର ଓ ଶରତଙ୍କ ପରିବାରର କ୍ଷତି ଭରଣା ପାଇଁ ତୁରନ୍ତ ୨୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆହତମାନଙ୍କ ଆଶୁ ଚିକିତ୍ସା ପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି ।