
କୁକୁଡାଖଣ୍ଡି ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ
କୁକୁଡାଖଣ୍ଡି: ୩୦/୩/୨୦୨୫ (ଇପିଲି ପୂର୍ଣ୍ଣଚନ୍ଦ୍ର) ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କଳାହାଣ୍ଡି ରୁ ଶୁଭାରମ୍ଭ କଲେ।ଯୋଜନାରେ ଯୋଡ଼ି ହେବେ ୫୦ ହଜାର ଲୋକ। ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ଧାର୍ଯ୍ୟ ସମୟରେ ଘର ନିର୍ମାଣ ସାରିଲେ ଅତିରିକ୍ତ ୨୦ ହଜାର ଟଙ୍କା ଦେବେ ସରକାର।ଏଥି ପାଇଁ ଖୋଲିବ ଅନଲାଇନ ଆବେଦନ।ଏହି ଯୋଜନାରେ ଉପକୃତ ହେବେ ଗରିବ, ଭିନ୍ନକ୍ଷମ,ବିଧବା, ଦୂରାରୋଗ୍ୟ ପିଡୀତ ବ୍ୟକ୍ତି, ସହିଦ ପରିବାର, ପଦ୍ମଶ୍ରୀ ପରିବାର, ଅଗ୍ନି ବିପନ୍ନ ଆଦି ଲୋକ ସାମିଲ ହୋଇ ପାରିବେ।ଏହି ଯୋଜନାକୁ ଆନୁଷ୍ଠାନିକ ଭାବରେ ରବିବାର ଦିନ କଳାହାଣ୍ଡିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କରକମଳ ରେ ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅଭାସି ମାଧ୍ୟମରେ କୁକୁଡାଖଣ୍ଡି ବ୍ଲକ ପରିସରରେ ପ୍ରଦର୍ଶିତ କରଯାଇଥିଲା। ଏହି କାର୍ଯ୍ୟକ୍ରମ ଟି କୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡଃ ପଲ୍ଲବୀ ସ୍ବାଇଁ ପରିଚାଳନା କରିଥିଲେ। ପ୍ରଥମେ ଅତିଥି ଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ଯୋଗ ଦେଇ ୧୫୩ ଜଣ ଅନ୍ତ୍ୟୋଦୟ ଗୃହ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ ସମୟରେ ସହକାରୀ ନିର୍ବାହୀଯନ୍ତ୍ରୀ ଅନୁରାଗ ରଥ ଓ କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠୀ,ବନ୍ତପଲ୍ଲୀ ସରପଞ୍ଚ କାମିନୀ ନାୟକ, ସିହଳା ସରପଞ୍ଚ ଗୌରୀ ଗୌଡ଼,ବାଲିପଡା ସରପଞ୍ଚ ଝିଲି ସେଠୀ,ବାଘଲଠି ସରପଞ୍ଚ ମାମି ସାସମଲ, ଜଗଦଲପୁର ସରପଞ୍ଚ କାନ୍ତି କୁମାରୀ ଦେବୀ, ବଉଳଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ଡେଙ୍ଗାପଦର ସରପଞ୍ଚ ଲକ୍ଷ୍ମୀ ମହାକୁଡ଼, ଦକ୍ଷିଣପୁର ଦେବାଶିଷ ସେଠୀ, ବଉଳଝୋଳି ସମିତି ସଭ୍ୟା ପ୍ରତିନିଧି ସନାତନ ସଂଗ୍ରାମ ସିଂ ସହ ଅନ୍ୟ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଓ ସମସ୍ତ ସରକାରୀ କର୍ମଚାରୀ ସହ ବହୁ ଜନସାଧାରଣ ଉପସ୍ଥିତ ରହିଆସିଥିଲେ।