
କାକଟପୁର ର ବର୍ଷିଆନ ନେତା ଧନେଶ୍ୱର ପାଢ଼ୀ ଙ୍କ ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
କାକଟପୁର, ୨୨/୦୩/୨୦୨୫ ( ତୁଷାର ରଞ୍ଜନ ଦୀକ୍ଷିତ ) ରାଏସ ମହାଦେବ ଙ୍କ ର ବରିଷ୍ଠ ପୂଜକ ଓ କାକଟପୁର କଂଗ୍ରେସ ର ବର୍ଷିଆନ ନେତା ତଥା ନିର୍ବାଚନ ପରିଚାଳନା କମିଟି ର ସଦସ୍ୟ ସ୍ବର୍ଗତ ଧନେଶ୍ୱର ପାଢ଼ୀ ଙ୍କ ଦ୍ୱିତୀୟ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ନିଜ ଗ୍ରାମ ରାଏସ ଗ୍ରାମରେ ଗତ କାଲି ଅନୁଷ୍ଠିତ ହୋଇ ଯାଇଛି, ସେ ଜଣେ ଜନ ପ୍ରିୟ ନେତା ଭାବେ ଓଥକା ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ ର ଉପସଭାପତି ଦାଇତ୍ୱ ମଧ୍ୟ ତୁଲାଇ ଥିଲେ, ପଞ୍ଚାୟତ ବାସୀ ଙ୍କ ଠାରୁ ସାରା କାକଟପୁର ନିର୍ବାଚନ ମଣ୍ଡଳୀ ର ଦାଇତ୍ୱ ନେଇ କଂଗ୍ରେସ ସଂଗଠନ କୁ ମଜଭୁତ କରି ନିର୍ବାଚନ ସମୟରେ ଗୋଟି ଚାଳନା କରି ବହୁ ନୋମିନି ଓ ସରପଞ୍ଚ ମାନଙ୍କୁ ଜିତାଇବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ,ସେଥିପାଇଁ ସାରା ଅଞ୍ଚଳ ରେ ଜଣେ ସୁ ସଂଗଠକ ଭାବରେ ପରିଚିତ ଥିଲେ, ତାଙ୍କର ସହଯୋଗୀ ବା ପରାମର୍ଶ ଦାତା ଭାବରେ ସ୍ବର୍ଗତ ରବୀନ୍ଦ୍ର ନାଥ ଦୀକ୍ଷିତ, ଲକ୍ଷ୍ମୀଧର ଖୁଣ୍ଟିଆ, ଦୁର୍ଗା ଚରଣ ନାୟକ, ପ୍ରସନ୍ନ ଖୁଣ୍ଟିଆ ଆଜି ନାହାନ୍ତି ସତ ହେଲେ କାକଟପୁର କଂଗ୍ରେସ ଆଜି ଏକ ପ୍ରକାର ମୁରବୀ ଶୂନ୍ୟ ହୋଇ ଯାଇଛି, କିନ୍ତୁ ଆଜି ବି ଲୋକେ ତାଙ୍କୁ ମନେ ପକାଇ ଦ୍ୱିତୀୟ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ରେ ଭଲ ପାଉଥିବା ବ୍ୟକ୍ତିତ୍ୱ ଙ୍କ ପାଖରେ ପହଞ୍ଚି ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପୂର୍ଣ୍ଣ ତିଥି ଉତ୍ସବ ରେ ସାମିଲ ହୋଇ ତାଙ୍କର ଗୁଣ ଗାନ ଓ ସ୍ମୁତି ଚାରଣ କରିଥିଲେ, କାକଟପୁର ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା ଏବଂ ତାଙ୍କ ବଡ଼ ଭାଇ ଚିତ୍ତରଞ୍ଜନ ପଣ୍ଡା ଙ୍କ ସହିତ ତାଙ୍କର ବଡ଼ ପୁଅ ବିଚିତ୍ରା ନନ୍ଦ ପାଢ଼ୀ,ପବିତ୍ର ପାଢ଼ୀ,ତପନ ପାଢ଼ୀ, ସଞ୍ଜୟ ପାଢ଼ୀ, ତରୁଣ ପାଢ଼ୀ, ବରଣ୍ୟ ପାଢ଼ୀ, ସନ୍ତୋଷ ପାଢ଼ୀ, ସୁକାନ୍ତ ପାଢ଼ୀ,ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅବଧୁତ ସ୍ୱାଇଁ ଏହି କାର୍ଯ୍ୟକ୍ରମ ରେ କାକଟପୁର ବ୍ଲକ ଚ୍ୟାରମାନ ଅତିଥି ଭାବେ ଶ୍ରୀଧର ନାୟକ ଯୋଗ ଦେଇଥିବା ବେଳେ ପ୍ରଫୁଲ୍ଲ କୁମାର ନାୟକ,ରାଧୁ ଚରଣ ପଣ୍ଡା,ତୁଷାର କାନ୍ତ ସ୍ୱାଇଁ, ବିପିନ ବିହାରୀ ରାଉତ,ଅରକ୍ଷୀତ କାଣ୍ଡି,ରବୀନ୍ଦ୍ର ଶାସମାଲ ପ୍ରମୁଖ ଯୋଗ ଦାନ କରିଥିଲେ,ସ୍ମୁତି ସଭା ସାରିଲା ପରେ ଆଖ ପାଖ ଗାଁ ରୁ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଲୋକ ପ୍ରସାଦ ସେବନ କରି ଘରକୁ ଫେରିଥିଲେ,