
ସତ୍ୟନାରାୟଣ ୟୁଥ କ୍ଲବ (ଶୁକପୋଖରୀ ) ଆନୁକୂଲ୍ୟରେ 14ତାରିଖ ଠାରୁ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଆରମ୍ଭ
କାକଟପୁର 9/10 କାକଟପୁର ବ୍ଲକ ଜଳେଶ୍ୱରପଡା ଗ୍ରାମ ପଞ୍ଚାୟତ ର ଶୁକପୋଖରୀ
ଠାରେ ସତ୍ୟନାରାୟଣ ୟୁଥ କ୍ଳବ ର (35) ତମ ବାର୍ଷିକ ଉତ୍ସବ ଓ (24) ତମ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଚଳିତ ମାସ 14 ବୁଧବାର ଠାରୁ
5 ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ଓଡିଶା ର ଲବ୍ଧ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ (ଢେଙ୍କାନାଳ, ଯାଜପୁର ଛତିଆ, ପାରାଦ୍ୱୀପ, ଭୁବନେଶ୍ୱର ଓ ବାଙ୍କୀ )ମଧ୍ୟରେ ନାଟକ ପ୍ରତିଯୋଗିତା ହେବା ସହ କଟକ ସୁର ଝଙ୍କାର ପକ୍ଷରୁ ସୁମଧୁର ସଙ୍ଗୀତ ପରିବେଷଣ କରାଯିବ l ପ୍ରତ୍ୟକ ରାତ୍ରରେ ଆମ ସୁନାବୋହୁ ପ୍ରତିଯୋଗିତା ର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପ୍ରତିଯୋଗିତା ରେ ଯେଉଁ ମାନେ ଭାଗ ନେବାକୁ ଇଛୁକ, ସତ୍ୟନାରାୟଣ ୟୁଥ କ୍ଳବ (ଶୁକପୋଖରୀ ) ସହ ଯୋଗାଯୋଗ କରିଵା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି l ପ୍ରତ୍ୟକ ରାତ୍ର ରେ ଅତିଥି ଭାବେ ବରିଷ୍ଠ ରାଜନେତା,ପ୍ରାବନ୍ଧିକ, ସାହିତ୍ୟିକ, କବି, ସ୍ଥାନୀୟ ଅଞ୍ଚଳର ବୃଦ୍ଧିଜୀବୀ, ଶିକ୍ଷାବିତ ସମାଜସେବୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି. ନାଟକ ପ୍ରତିଯୋଗିତା ଦ୍ୱାରା କଳା ସଂସ୍କୃତି ପୁନଃ ଜୀବିତ କରିବା ଓ ଭାଇଚାରା ବଜାୟ ରଖିବା ଏକ ପ୍ରକାର ମାଧ୍ୟମ ବୋଲି କ୍ଲବ ର ସଭାପତି ଅଭୟ ନାୟକ, ସମ୍ପାଦକ ଅକ୍ଷୟ ସାହୂ, ନାଟ୍ୟ ସମ୍ପାଦକ ଚିତ୍ତରଞ୍ଜନ ମିଶ୍ର, ପରାମର୍ଶ ଦାତା ଛବି ପରିଡା, ବ୍ରହ୍ମlହନନ୍ଦ ବିଶ୍ୱାଳ, ପ୍ରତାପ ଦାସ, ଆଲୋକ ପରିଡା ପ୍ରମୁଖ ପ୍ରକାଶ କରିଛନ୍ତି