
ରାଜ୍ୟସ୍ତରୀୟ ମଙ୍ଗଳା କପ୍କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର କୁ ହରାଇ ୟୁନିକ ଇଲେଭେନ ଭଦ୍ରକ ଫାଇନାଲ ରେ
କାକଟପୁର (ତୁଷାର ଦୀକ୍ଷିତ ) ତା 29/12/23 କାକଟପୁର ମିନିଷ୍ଟାଡ଼ିମ ରେ ଚାଲିଥିବା 34ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ଭଦ୍ରକ ୟୁନିକ ଇଲେଭେନ l ପ୍ରଥମେ ଟସ ଜିତି ଭଦ୍ରକ ବୋଲିଂ କରିବାର ନିଷ୍ପତି ନେଇଥଲା l କ୍ରାଉନ ସ୍ପୋର୍ଟିଂ 25 ଓଭର ବ୍ୟାଟିଂ କରି 134ରନ ସଂଗ୍ରହ କରିଥିଲା l ଦଳ ତରଫରୁ ଅମିତାଭ ରାଉତ 49ଟି ବଲ ରେ 42ରନ କରିଥିଲେ l ଏହାର ଜବାବ ରେ ଭଦ୍ରକ ଇଲେଭେନ 20.5 ଓଭର ରେ 2 ୱେକେଟ ହରାଇ ବିଜୟୀ ହୋଇ ଚଳିତ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ପ୍ରବେଶ କରିଛି. ଦଳ ତରଫରୁ ତାପସ ରାଉତ ବ୍ୟକ୍ତିଗତ 72ବଲରେ 100ରନ ସଂଗ୍ରହ କରି ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଇଥିଲେ. ମ୍ୟାଚ ରେ ଅଥିତିଭାବେ ଓଡିଶାଗ୍ରାମ୍ୟ ବ୍ୟାଙ୍କ ର ଶାଖା ପରିଚାଳକ ଭାସ୍କର ଜେନା ଏବଂ ମଙ୍ଗଳା କ୍ଲବ ର ଉପଦେଷ୍ଟା ରାକେଶ ପଟ୍ଟନାୟକ ଜେକେ ମେଡ଼ିସିନ ଷ୍ଟୋର ର ପରିଚାଳକ ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର କରିଥିଲେ l ଆମ୍ପୟାର ଭାବେ ନିର୍ମଳ କୁମାର ମିଶ୍ର ଏବଂ ଆୟେଶ କାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ. I ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରେ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ଜୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହେବବୋଲି କ୍ଲବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ ଜଣାଇଛନ୍ତି l ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତି ମ୍ୟାନେଜର ଭାଗବତ ସ୍ୱାଇଁ ସଞ୍ଜୟ ସାମଲ, ଅକ୍ଷୟ ମହାନ୍ତି, କୋଷାଧକ୍ଷ ଇଂ ସୁଯ୍ୟକାନ୍ତ ଦୀକ୍ଷିତ, ସୁଶାନ୍ତ ଦାସ, ଧିରେନ ଚାନ୍ଦ, ଶ୍ୟାମ ସୁନ୍ଦର ରଣା, ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ