
ରାଜଧାନୀ ରେ ଆୟୋଜିତ ହେଲା ହାମର ବଲ ପ୍ରଶିକ୍ଷଣ ଶିବିର
ଭୁବନେଶ୍ବର :୧୯.୮.୨୪ – (ଶାଶ୍ଵତ ଟିଭି) – ଭୁବନେଶ୍ଵର ଦେବରାୟ ନ୍ୟାୟପଲ୍ଲୀ ମହାବିଦ୍ୟାଳୟ ପରିସରେ ୧୯ ବର୍ଷ ରୁ କମ ପୁଅ ଝିଅ ମାନଙ୍କୁ ନେଇ ଏକ ହମର ବଲ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ହମର ବଲ ଓଡ଼ିଶା ରାଜ୍ୟ ସମ୍ପାଦିକା ରାଗିନୀ ମିତ୍ର ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ହାମର ବଲ ଜାତୀୟ ଉପ ସଭାପତି ରିଣ୍ଟୁ ମିତ୍ର, ରାଜ୍ୟ ହମର ବଲ ଉପସଭାପତି ସୋମନାଥ ପଟ୍ଟନାୟକ , ହମର ବଲ ରାଜ୍ୟ କୋଚ ରାହୁଲ ତିୱରୀ , ପୁରୀ ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ନାଥ ,ଓଡ଼ିଶା ଟେଜେରର୍ ଅଖିଲଶ୍ୱର ତିୱରୀ ଯୋଗ ଦେଇ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ଆସିଥିବା ୭୦ ରୁ ଉର୍ଦ୍ଧ୍ବ ପୁଅ ଝିଅ ମାନଙ୍କୁ ନେଇ ହମର ବଲ ପ୍ରଶିକ୍ଷଣ ଶିବିରର ଅନୁଷ୍ଠିତ କରାଯାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶାରରେ ଏହି ହମର ବଲ ଖେଳ ଆୟୋଜିତ କରାଯାଉଥିବା ବେଳେ ଖେଳାଳି ମାନଙ୍କ ଭିତରେ ବହୁତ ଉତ୍ସାହିତ ରହୁଥିବା ଦେଖିବାକୁ ମିଳୁଛି।ପରେ ସେହି ଖେଳାଳି ମାନଙ୍କ ମଧ୍ୟରୁ ଭଲ ପ୍ରତିଭାବାନ ଖେଳାଳି ମାନଙ୍କୁ ଚୟନ କରାଯାଇ ଆସନ୍ତା ମାସରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ନେନ୍ସନାଲ ହମର ବଲ ଚମ୍ପିୟାନ ସିପରେ ଭାଗ ନେବାକୁ ଯାଇପାରିବେ ଯାହାର ସମସ୍ତ ଖର୍ଚ୍ଚ ଓଡ଼ିଶା ହମର ବଲ ମ୍ୟାନେଜମେଣ୍ଟ କରିବ ବୋଲି ରାଜ୍ୟ ସମ୍ପାଦିକା ରାଗିନୀ ମିତ୍ର ପ୍ରକାଶ କରିଛନ୍ତି ।