
୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ:ମାଷ୍ଟର୍ସ କ୍ଲବ କଟକ କୁ ହରାଇ ଯଦୁପୁର ଏକାଡେମୀ ଭୁବନେଶ୍ୱର ସେମିରେ
କାକଟପୁର ତା ୨୬/୧୨, (ତୁଷାର ଦୀକ୍ଷିତ ) ୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ୨୫ ତାରିଖ ଦିନ ବର୍ଷା ଯୋଗୁଁ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲା l ଆଜି ଉଦଘାଟନୀ ଉତ୍ସବରେ କାକଟପୁର ଥାନାଧିକାରୀ ଉମେଶ ଚନ୍ଦ୍ର ସାହୁ, ଶାରଳା ରେସିଡେଣ୍ଟିଆଲ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦୁଇ ଦଳର ଅଧିନାୟକଙ୍କୁ ଅମ୍ପେୟାର ଟସ ପକାଇବା ପାଇଁ ଆମନ୍ତ୍ରଣ କରିଥିଲେ l ମାଷ୍ଟର୍ସ କ୍ଲବ କଟକ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାର ନିଷ୍ପତି ନେଇ ଯଦୁପୁର ଏକାଡେମୀ କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ l ଯଦୁପୁର ଏକାଡେମୀ ପ୍ରଥମେ ନିର୍ଦ୍ଦାରୀତ 20 ଓଭରରେ 133 କରିବାରେ ସକ୍ଷମ ହୋଇଥିଲା l ଦଳ ପକ୍ଷରୁ ଶେଖ ସଲମାନ 31 ବଲରେ 29 ରନ ଓ ଅମିତ ବଡ଼ଜେନା 18 ବଲରେ 35 ରନ ସଂଗ୍ରହ କରିଥିଲେ l 134 ରନର ବିଜୟ ଲକ୍ଷ ନେଇ ମାଷ୍ଟର୍ସ କ୍ଲବ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇ ମାତ୍ର 105 କରି ସମସ୍ତ ଉଇକେଟ ହରାଇଥିଲା l ଯଦୁପୁର ଏକାଡେମୀ ର ନିଶାଦ ଅଲ୍ଲୀ 3.3 ଓଭର ବୋଲିଂ କରି ୩ଟି ଉଇକେଟ ଅକ୍ତିଆର କରିଥିଲେ l ବାଙ୍ଗୁରୀଗାଁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଶାନ୍ତିଭୂଷଣ ଜେନା ଅମିତ ବଡ଼ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଶୁକ୍ରବାର ଦିନ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ବନାମ ପାଟର୍ନ କ୍ରିକେଟ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଥିଲେ l ଆଜିର ମ୍ୟାଚକୁ ଓଡିଶା କ୍ରିକେଟ ଆସୋସିଏସନର ୨ ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଅୟେସକାନ୍ତ ମିଶ୍ର ପରିଚାଳନା କରିଥିଲେ l