
ଭାରତୀୟ ମଜଦୂର ସଙ୍ଘର ରାଜ୍ୟ କାର୍ଯ୍ୟକାରୀଣି ବୈଠକ
ପୁରୀ ଜାନକୀ ରେସିଡେଣ୍ସି ର ସଭା ଗୃହରେ ଅନୁଷ୍ଟିତ ହୋଇଯାଇଛି ଭାରତୀୟ ମଜଦୂର ସଙ୍ଘର ଓଡ଼ିଶା ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ। ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ଅନୁଷ୍ଟିତ ହୋଇଥିବା ଏହି ବୈଠକ ରେ ରାଜ୍ୟରେ ଥିବା ଶ୍ରମିକ ସଂଗଠନ ମାନଙ୍କ ର ସମସ୍ୟା ଓ ସମାଧାନ, ନୂତନ ୟୁନିଅନ ରେଜିଷ୍ଟ୍ରସନ, ଅଙ୍ଗନବାଡି ଓ ଆଶା ସଂଗଠନ ର ଆନ୍ଦୋଳନ କୁ ଭୟ ବିତ କରିବା ପାଇଁ ରାଜ୍ୟ ସରକାର ଯଦି କୌଣସି ପଦକ୍ଷେପ ନିଅନ୍ତି ତେବେ ଭାରତୀୟ ମଜଦୁର ସଂଘ ସାରା ରାଜ୍ୟରେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଗଲା ।
ଏହି ବୈଠକରେ ରାଜ୍ୟ ସଂଗଠନ ପ୍ରଭାରୀ ଶ୍ରୀଯୁକ୍ତ ଗାନେସିଲlଲ, ରାଜ୍ୟ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଗିରିଶ ମହନ୍ତ, ବି ଏମ୍ ଏସ ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ, ରାଜ୍ୟ ଅଧକ୍ଷ ପୃଥିବୀ ରାଜ ପଣ୍ଡା ସମସ୍ତ ରାଜ୍ୟ ପ୍ରଭାରୀ ଓ ସଦସ୍ୟ ଓ ୩୦ ଗୋଟି ଜିଲ୍ଲା ର ଜିଲ୍ଲା ସମ୍ପାଦକ ମାନେ ଉପସ୍ଥିତ ଥିଲେ l ବିଶ୍ଵ ନାରାୟଣ ଦାସ ସଭାକୁ ପରିଚାଳନା କରିଥିଲେ।