
କାକଟପୁର ପୋଲିସ ପକ୍ଷରୁ ଚେକିଂ କଡାକଡି
କାକଟପୁର ୭/୨,ମଙ୍ଗଳବାର ଦିନ କାକଟପୁର ଥାନା ଆଇ ଆଇ ସି ପ୍ରିୟରଞ୍ଜନ ନାୟକଙ୍କ ନିର୍ଦ୍ଧେଶ କ୍ରମେ କାକଟପୁର ମୁଖ୍ୟ ବଜାର ଭାବେ ପରିଚିତ ଗଣେଶ ବଜାରରେ ମା ମଙ୍ଗଳାଙ୍କ ପାଖକୁ ଆସୁଥିବା ପଥଚାରି ଓ ଅସ୍ତରଙ୍ଗ ଅଭିମୁଖେ ଯାଉଥିବା ଦୁଇଚକିଆ ଓ ଚାରି ଚକିଆ ଯାନର ଚାଲାକ ମାନଙ୍କୁ ଅଟକାଇ ଦ୍ରୁତ ଗତି ମହା ବିପତ୍ତି ଓ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଥିଲେ l ଯେଉଁ ମାନେ ହେଲେମେଟ ଓ ସିଟବେଲ୍ଟ ପିନ୍ଧିଥିଲେ ସେମାନଙ୍କୁ ସାଧୁବାଦ ଜଣାଇବା ସହିତ ପ୍ରଶଂସା କରିଥିଲେ l ପୋଲିସ ଓ ପବ୍ଲିକ ଦୁହେଁ ପରସ୍ପର ସମାଜ ର ଶୃଙ୍ଖଳା ପ୍ରତି ଯତ୍ନବାନ ହେବା ସହିତ ସିଟବେଲ୍ଟ ଓ ହେଲମେଟ ପିନ୍ଧିଲେ ଆମର ଜୀବନରକ୍ଷା ହୋଇପାରିବ ବୋଲି ଗାଡି ଚାଳକ ମାନଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଏ ଏସ ଆଇ କୃଷ୍ଣ ଚନ୍ଦ୍ର ସାହୂ,ଏ ଏସ ଆଇ ପ୍ରମୋଦ କୁମାର ସେଠୀ, କନେଷ୍ଟବଳ ସୁରଥ ମହାରଣା, ବବୃବାହନ ମହାନ୍ତି, ଦୁର୍ଗା ପ୍ରସାଦ ମିଶ୍ର, ବାବାଜୀ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ