
ଫେବୃଆରୀ ୧୫ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ:~ ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ମାତା ପିତା ଙ୍କ ସ୍ବାସ୍ଥ୍ୟ ରେ ସମସ୍ୟା ଦେଖା ଦେଇପାରେ।
ବୃଷ:~ ଦିନଟି ସଂପୂର୍ଣ୍ଣ ଭଲ ରେ କଟିବ। ସମ୍ମାନ ପ୍ରାପ୍ତି ର ଯୋଗ ରହିଛି। ଭ୍ରମଣ ଯୋଗ ରହିଛି। ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇ ପାରେ। ପାରିବାରିକ ଜୀବନ ସୁଖ ମୟ ହେବ।ବ୍ୟବସାୟ ରେ ଭଲ ଲାଭ ମିଳିପାରେ।
ମିଥୁନ:~ ଦିନଟି ଏତେ ଭଲ ଫଳ ଦେବ ନାହିଁ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଚିନ୍ତା ରେ ଦିନଟି କଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ। ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ।
କର୍କଟ:~ ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଭ୍ରମଣ ଯୋଗ ରହିଛି। ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ।
ସିଂହ – ମନକୁ ଦୃଢ଼ ରଖନ୍ତୁ। ବନ୍ଧୁମିଳନ ର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତି କରି ପାରନ୍ତି। ସୁସ୍ୱାଦୁ ଭୋଜନ ରେ ଆପ୍ୟାୟିତ ହେବେ। ପରିବାର ର ସାଥ ମିଳିବ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ବ୍ୟବସାୟୀମାନେ ଧର୍ଯ୍ୟହରା ହୁଅନ୍ତୁ ନାହିଁ।
କନ୍ୟା:~ ଦିନଟି ମଧ୍ୟମ ଫଳ ଦେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାନବାହାନ ଯୋଗୁଁ ଖର୍ଚ୍ଚ ବଢ଼ିପାରେ। ଛାତ୍ରଛାତ୍ରୀମାନେ ସଫଳତା ର ଶୀର୍ଷ ରେ ପହଞ୍ଚିବେ। ବ୍ୟବସାୟ ର ବିସ୍ତାର ହେବ।
ତୁଳା:~ ଦିନଟି ମିଶ୍ର ଫଳ ଦେବ। ମନ ପ୍ରସନ୍ନ ରହିବ। ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ।
ବିଛା:~ ପରିବାର ଲୋକଙ୍କ ସହିତ ଖୁସି ର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶା ରେ ମନ ପ୍ରଫୁଲ୍ଲିତ ରହିବ। ଉନ୍ନତି ର ମାର୍ଗ ଦେଖା ଦେବ। ଛାତ୍ରଛାତ୍ରୀଙ୍କ ସଫଳତା ର ଯୋଗ ରହିଛି।
ଧନୁ:~ ଧାର୍ମିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମ ର ଫଳ ବହୁତ୍ ଭଲ ରହିବ। ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ
ମକର:~ ବ୍ୟବସାୟରେ ଲାଭ ଯୋଗ ରହିଛି। ମିତ୍ରଙ୍କ ସାହାଯ୍ୟ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି।ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ।
କୁମ୍ଭ:~ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ମନ ଅଶାନ୍ତ ରହିବ। ଭାବିଚିନ୍ତି ନିଷ୍ପତି ନିଅନ୍ତୁ।ଚଲା ପଥରେ ଅବରୋଧ ଘଟିପାରେ। ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ। ସାଙ୍ଗ ସାଥିଙ୍କ ପାଇଁ ଅସୁବିଧାରେ ପଡ଼ି ପାରନ୍ତି।
ମୀନ:~ଦିନଟି ବହୁତ୍ ଭଲ ରେ କଟିବ। କାର୍ଯ୍ୟ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତ କରି ପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ।