
ନୀଳାଦ୍ରୀ ଗ୍ରୁପ ପକ୍ଷରୁ ଝାମୁଯାତ୍ରା ଉପଲକ୍ଷେ ଖେଚୁଡ଼ି ଓ ଦହିପାଣି ସେବା.
କାକଟପୁର ତା 12/04, କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କର ମଙ୍ଗଳବାର ଦିନ ଝାମୁଯାତ୍ରା ସମାପନ ହୋଇଯାଇଛି l ଉକ୍ତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ଏଥିନିମନ୍ତେ କାକଟପୁରରେ ଥିବା ଅଗ୍ରଣୀ ଅନୁଷ୍ଠାନ ନୀଳାଦ୍ରୀ ଗ୍ରୁପ ପକ୍ଷରୁ ଖେଚୁଡ଼ି ଏବଂ ଦହିପାଣି ସେବା ପ୍ରଦାନ କରାଯାଇଥିଲା l ଦୀର୍ଘ ଦଶ ବର୍ଷ ହେଵ ନୀଳାଦ୍ରୀ ଗ୍ରୁପ ଉକ୍ତ ସେବା ଶ୍ରଦ୍ଧାଳୁ ମାନଙ୍କୁ ଯୋଗାଇ ଆସୁଛି l ମା’ଙ୍କୁ ଦର୍ଶନ ସାରି ଫେରୁଥିବା ଭକ୍ତ ମାନଙ୍କ ପାଇଁ ରୁଚି କମ୍ପାନୀର ଗହମ ଖେଚୁଡ଼ି ଏକ ହଜାର ଭକ୍ତଙ୍କ ପାଇଁ ପ୍ରଦାନ କରାଯାଉଥିବାବେଳେ ତୁଷାର୍ତ୍ତ ଶ୍ରଦ୍ଧାଳୁ ମାନଙ୍କୁ ଅପରାହ୍ନ ଚାରି ଘଟିକା ପର୍ଯ୍ୟନ୍ତ ଦହିପାଣି ସର୍ବତ ପ୍ରଦାନ କରାଯାଇଥିଲା l ନୀଳାଦ୍ରୀ ଗ୍ରୁପର ସତ୍ବାଧିକାରୀସୌମ୍ୟ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ସେବାକାର୍ଯ୍ୟ ସମାପନ ହୋଇଥିଲା l