
ପୁରୀରେ ଅନୁଷ୍ଟିତ ହୋଇଯାଇଛି ଯୁବ କଂଗ୍ରେସ ର ଶୋଭାଯାତ୍ରା କାର୍ଯ୍ୟକ୍ରମ
ତା ୩୧.୭.୨୩ : ପୁରୀ
ପୁରୀରେ ଅନୁଷ୍ଟିତ ହୋଇଯାଇଛି ଯୁବ କଂଗ୍ରେସ ର ଶୋଭାଯାତ୍ରା କାର୍ଯ୍ୟକ୍ରମ। ସୋମ ବାର ସକାଳ ୧୧ଟା ସମୟ ରେ ଗୁଣ୍ଡିଚା ମନ୍ଦିର ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ପୁରୀ ସହର ପରିକ୍ରମା କରିଛନ୍ତି | ଏହି ଶୋଭାଯାତ୍ରା ର ମୂଳ ଲକ୍ଷ ଯୁବକ ମାନଙ୍କୁ ଯୁବ କଂଗ୍ରେସ ସହ ଜଡିତ କରିବା ଏବଂ ପୁରୀରେ ଯୁବ କଂଗ୍ରେସ କୁ ମଜବୁତ କରେଇବା | ଏହି ଶୋଭାଯାତ୍ରା ଯୁବ କଂଗ୍ରେସ ନିର୍ବାଚନ ଜିତିଥିବା ସଦସ୍ୟ ଙ୍କୁ ନେଇ କରାଯିବ |
ଯୁବ କଂଗ୍ରେସ ପୁରୀର ନିର୍ବାଚନ ଫଳାଫଳ ଅନୁଯାଇ ଗଲା ୨୫ତାରିଖରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ତରଫରୁ ନିର୍ବାଚନ ଫଳାଫଳ ବାହାରିଥିଲା ଏହି ଫଳା ଫଳ ଅନୁଯାଇ ଆଲୋକ କୁମାର ଦାଶ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ନିର୍ବାଚିତ ହୋଇଥିବା ବେଳେ – ମନୋଜ ମଣ୍ଡଳ ପୁରୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି | ସେଇ ଭଳି ଅନିଲ ବେଜ ପୁରୀ ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ହୋଇଥିବା ବେଳେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ପୂଜା ବେଜ ହୋଇଛନ୍ତି | ଆଜି ଏହି ପରିପଖେ ସମସ୍ତ ନିର୍ବାଚିତ ଯୁବ କଂଗ୍ରେସ କର୍ମୀ ଙ୍କୁ ସମ୍ବର୍ଧନା ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଥିଲା | ଏହି ଶୋଭାଯାତ୍ରା ର ମୁଖ୍ୟ ଉଦେଶ୍ୟ ଥିଲା ଯୁବ କଂଗ୍ରେସ ଶୋଭାଯାତ୍ରା ସହ ଅନେକ ଯୁବକ ଯୋଡ଼ିହେବା ସହ – ଯୁବ କଂଗ୍ରେସ କୁ ସୁଦୃଢ କରାଯିବ | କେବଳ ଏତିକି ନୁହଁ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଏହି ଶୋଭାଯାତ୍ରା କୁ ସମ୍ବୋଧନ କରି କହିଛନ୍ତି ପୁରୀରେ ଅନେକ ଯୁବକ ଙ୍କ ସ୍ଥାୟୀତ୍ୱ ପାଇଁ ଲଢେଇ ହବ ପୁରୀରେ ଅନେକ ସମସ୍ୟା ରହିଛି – ପୁରୀର ଯୁବକ ମାନଙ୍କ ପାଇଁ ନିଯୁକ୍ତି ରହିଛି ହେଲେ ସେଇ ସବୁ ଉପରେ ବାହାର ରାଜ୍ୟ ପିଲା ହକ ଜମାଇ ରଖିଛନ୍ତି | ପୂର୍ବରୁ ସଦାସର୍ବଦା ପୁରୀ ଜନସାଧାରଣ ଙ୍କ ସମସ୍ୟା ସହ ଆମେ ଯୋଡି ହୋଇ ରହିଛୁ ଭଲ ମନ୍ଦ ଦୁଃଖ ସୁଖରେ ପୁରୀ ବାସିଙ୍କ ସହ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଦାସର୍ବଦା ଜନସାଧାରଣ ଙ୍କ ସହ ରହିଛି ଆଗାମୀ ଦିନରେ ମଧ୍ୟ ସେଇ ବିଶ୍ୱାସ ର ସହ ପୁରୀର ଜନସାଧାରଣ ଙ୍କ ସହ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି