
କାକଟପୁର ବିଦ୍ୟୁତ କାର୍ଯ୍ୟାଳୟରେ ବିଶ୍ୱନିର୍ମାତା ଶ୍ରୀ ବିଶ୍ୱକର୍ମାଙ୍କ ପୂଜନୀତି ପାଳିତ
କାକଟପୁର ତା ୧୮/୯,ପୁରୀଜିଲ୍ଲା କାକଟପୁର ସ୍ଥିତ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ବିଶ୍ୱ ନିର୍ମାତା ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ରବିବାର ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ପ୍ରାତଃରୁ ସୂର୍ଯ୍ୟ ପୂଜା ଓ ପୂଜାରମ୍ଭ ହୋଇ ପୂର୍ବାହ୍ନରେ ଯଜ୍ଞପବିତ ଧାରଣ ଓ ପୂର୍ଣ୍ଣାହୁତି ନୀତି ସମ୍ପନ୍ନ ହୋଇଥିଲା । ପରେ ସମସ୍ତ ଅଧିକାରୀ ମାନେ ପ୍ରଭୁଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରି କୃପାଭିକ୍ଷା କାମନା କରିଥିଲେ । ନିମାପଡା ଇଲେକ୍ଟ୍ରିକାଲ ଡିଭିଜନ ମ୍ୟାନେଜର ବିଶ୍ୱରଞ୍ଜନ ବେହେରା, କାକଟପୁର ଉପଖଣ୍ଡ ଅଧିକାରୀ ସ୍ମୃତିରଞ୍ଜନ ବେହେରା, କାକଟପୁର ସେକ୍ସନ -୧ କନିଷ୍ଠ ଯନ୍ତ୍ରୀ କାହ୍ନୁଚରଣ ବେହେରା, କାକଟପୁର ସେକ୍ସନ -୨ର କନିଷ୍ଠ ଯନ୍ତ୍ରୀ ସଂକେତ ବେଉରା,ଗ୍ରେଡ଼ -୧ ଲାଇନ ମ୍ୟାନ ଉଲ୍ଲାସ ଚନ୍ଦ୍ର ମଲ୍ଲ,ସତ୍ୟଜିତ ସେନାପତି,ଲାଇନ ମ୍ୟାନ ଗୋବିନ୍ଦ ତ୍ରିପାଠୀ,ପ୍ରଶାନ୍ତ ତରାଇ, ତୋଫାନ ତରାଇ,ଗଙ୍ଗାଧର ପଢ଼ିଆରୀ, ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ପ୍ରଭୁକୃପା ଲାଭ କରିଥିଲେ l