
ମା ମଙ୍ଗଳା ଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ
କାକଟପୁର ତା 06/10,ଆଜି ମା ମଙ୍ଗଳା ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି, ମଙ୍ଗଳାଙ୍କ ବେଢା ରେ ଥିବା କୂଅରୁ ପୂଜା ପଣ୍ଡା ଓ ଗୁରୁକର୍ଣ୍ଣ ହୋଇଥିବା ସେବାୟତ ମାନଙ୍କ ଦ୍ୱାରା 108 ଗରାରେ ପାଣି କଢା ଯାଇ ଆସ୍ଥାନ ଉପରକୁ ସେବାୟତ ଙ୍କ ଦ୍ୱାରା ନିଆଯିବା ପରେ ଏକ ବଡ଼ ପିତଳ ହଣ୍ଡା ରେ ଶ୍ରୀ କର୍ପୁର, ଚନ୍ଦନ, ମହୁ, କଞ୍ଚା କ୍ଷୀର, ଗଙ୍ଗାଜଳ, ଫୁଲ, ବେଲପତ୍ର,ଯାଈତ୍ରୀ, ଜାଇଫଳ, ଅନ୍ୟାନ ସୁଗନ୍ଧିତ ସାମଗ୍ରୀ ପକାଯାଇ ମନ୍ତ୍ର ଧ୍ୟନି ରେ ଏହାକୁ ପ୍ରଥମେ ଶୋଧନ କରାହୋଇଥାଏ ପରେ ଷୋଡଶ ଉପଚାର ପୂଜା ପଣ୍ଡା ସେବାୟତ ଙ୍କୁ ପୂଜା ପଣ୍ଡା ସଂକଳ୍ପ କରିବା ପରେ ମାଙ୍କୁ ସ୍ନାନ କରିଥାନ୍ତି, ଏହି ସଂକଳ୍ପ ମନ୍ଦିର ପୂଜକ ସୁରେଶ ଚନ୍ଦ୍ର ମିଶ୍ର ଙ୍କ ଦ୍ୱାରା ହୋଇଥାଏ, ଆଜିର ଦିନକୁ ପ୍ରତିବର୍ଷ ମାତୃଭକ୍ତ ମାନେ ଅପେକ୍ଷା କରିଥାନ୍ତି,ଘଣ୍ଟ, ଘଣ୍ଟା, ପଖୁଜ, କାହାଳି ବାଜି ଏହି ସ୍ନାନ ହୋଇଥାଏ,ଦର୍ଶନ ଭକ୍ତ ମାନେ ସିଂଘ ପାଖରେ ଥାଇ ଦର୍ଶନ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଭକ୍ତ ମାନଙ୍କୁ ଅବଗତ କରାଯିବା ବେଳେ ମାଙ୍କ ସେବାୟତ ମାନେ ଏହି ଦୁଲ୍ଲର୍ଭ ଦର୍ଶନ କୁ କେହି ଜଣେ ବି ହାତଛଡା କରି ନ ଥାନ୍ତି, ପାର୍ବଣରେ କାକଟପୁର ମା ମଙ୍ଗଳା’ଙ୍କର ସବୁ ନୀତି ଭିତରେ ଏ ହେଉଛି ଏକ ନିଆରା ନୀତି, ସ୍ନାନ ପରେ ଭକ୍ତ ମାନେ ଦାନ କରିଥିବା ସୁବର୍ଣ୍ଣ ହାର ଚିକ୍କ, ଵାଲା, ପାଉଜି, ବାହୁଟି, ପଦ୍ମ କଢି, ଅର୍ଦ୍ଧ ଚନ୍ଦ୍ର ଲାଗି କରାଯାଇଥାଏ, ଏହାପରେ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଠମୀ ଠାରୁ ମହାଷ୍ଠମୀ ପର୍ଯ୍ଯନ୍ତ ସ୍ୱତନ୍ତ୍ର ଶାରଦୀୟ ଷୋଳପୂଜା ଆରମ୍ଭ ହୋଇଥାଏ. ମା ଙ୍କର ଏହି ପୂଜା ମହାଷ୍ଠମୀ ପର୍ଯ୍ଯନ୍ତ ଷୋଳଦିନ ଚାଲୁ ରହିଥିବା ବେଳେ ଚଳିତ ବର୍ଷ ଏହା ସତର ଦିନ ବ୍ୟାପି ଚାଲିବ,ଏହି ପୂଜାରେ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି, ଆଜି ସେବକ ସାହିରୁ ଜଣେ ଭକ୍ତ ମାଙ୍କ ଉଦ୍ୟେଶ ରେ ଏକ ଆନୁମାନିକ ପଚାଶ ଗ୍ରାମ ର ଚିକ୍କ ମାଙ୍କ ବେକ ପାଇଁ ଦେଇଥିବା ବେଳେ ଏହାର ଆନୁମାନିକ ପ୍ରାୟ ୩ ଲକ୍ଷ୍ୟ 50 ହଜାର ହେବ ବୋଲି ଜଣା ପଡିଛି ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହି ସୁବର୍ଣ୍ଣ ଚିକ୍କ କୁ ସେବାୟତ ଙ୍କ ଠାରୁ ଗ୍ରହଣ କଲା ପରେ ମନ୍ଦିର ର ରସିଦ ଦେଇ ନିଜ ହେପାଜତ କୁ ନେଇଛି, ଆଜି ମାଙ୍କ ଦେହରେ ଏହି ଚିକ୍କ ଲାଗିଲା ପରେ ବହୁ ମାତୃ ଭକ୍ତ ମାନେ ଏହାକୁ ଦେଖି ମାଙ୍କ ପାଖରେ ଆଖି ଲାଖି ଯାଇଥିବା କଥା ପ୍ରକାଶ କରିଛନ୍ତି