
ବାଉରିଆକଣ ଦେବୀନଦୀ ବନ୍ଧ ପରିଦର୍ଶନ କଲେ ବିଧାୟକ
କାକଟପୁର,29/10- ବନ୍ୟା ପ୍ରକୋପ ରୁ କାକଟପୁର ଅଂଚଳ ର ନଦୀକୁଳିଆ ଗ୍ରାମ କୁ ସୁରକ୍ଷା ଦେଇଛି ବାଉରିଆକଣ ଦେବୀ ନଦୀ ବନ୍ଧ, ବନ୍ୟା ଆସିଲେ ସମସ୍ତ ଙ୍କ ନଜର ଆସେ ଏହି ବନ୍ଧ ଉପରେ, କିନ୍ତୁ କିଛି ଦିନ ତଳେ ଏହି ନଦୀ ବନ୍ଧ ରେ କିଛି ଫାଟକ ସୃଷ୍ଟି ହୋଇଥିଲା, ଆଉ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ହୋଇଥିଲା, କିନ୍ତୁ ଏକ ସପ୍ତାହ ତଳେ ପ୍ରାୟ ୩ସହ ମିଟର ବନ୍ଧ ରାସ୍ତା ଗୋଟେ ପଟୁ ତଳକୁ ଦବି ଯାଇଛି, ଯାହା ସମ୍ପୂର୍ଣ୍ଣ ରୂପେ ଏକ ପ୍ରକାର ବିପଦ ସୃଷ୍ଟି କରିଛି ଅଂଚଳ ରେ, ଗମନାଗମନ ଉପରେ ମଧ୍ୟ ପ୍ରଭାବ ପକାଇଛି, ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ, ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା, ଆଜି କାକଟପୁର ବିଧାୟକ ଶ୍ରୀ ତୁଷାର କାନ୍ତି ବେହେରା ଙ୍କ ନେତୃତ୍ୱ ରେ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ ନାୟକ, ନିମାପଡା ଜଳପ୍ରକଳ୍ପ ଅଧିକାରୀ ବୈକୁଣ୍ଠନାଥ ଦଳାଇ, କାକଟପୁର ଜଳପ୍ରକଳ୍ପ ସହକାରୀ ଯନ୍ତ୍ରୀ ତପନ ନାୟକ ପହଁଚି ଧସି ଯାଇଥିବା ନଦୀ ବନ୍ଧ କୁ ପରିଦର୍ଶନ କରିଥିଲେ, ଆଉ ସ୍ଥାନୀୟ ଲୋକ ଙ୍କ ସହିତ ଆଲୋଚନା କରିଥିଲେ, ପରିଦର୍ଶନ ପରେ ବନ୍ଧ କୁ ବାଲିଓ ମାଟି ପକାଇ କିଛି ଦିନ ପରୀକ୍ଷଣ ରେ ରଖାଯିବ, ଆଉ ଧସିବାର କାରଣ ଖୋଜାଯାଇ ସ୍ଥାୟୀ ବନ୍ଦୋବସ୍ତ କିପରି କରାଯିବ ତାହାକୁ ନେଇ ବିଭାଗୀୟ ଅଧିକାରୀ ମତ ରଖିଥିଲେ, ରାସ୍ତା ବିପଦ ସଂକୀର୍ଣ୍ଣ ଆଉ ଭାରି ଯାନ ଗମନାଗମନ ଉପରେ ରୋକ ଲଗାଯାଇ ତୁରନ୍ତ ଏହି ଅସୁବିଧା ଉପରେ ସ୍ଥାୟୀ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ l