
ରାଜ୍ୟ ର ଗ୍ରାମାଞ୍ଚଳ ଗୁଡ଼ିକ ରେ ସର୍ବାଧିକ ରକ୍ତଦାନ ଶିବିର ଆୟୋଜନ ଓ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ।
ତା.୧୪.୦୧.୨୪(ରବିବାର)
ରାଜ୍ୟ ର ଗ୍ରାମାଞ୍ଚଳ ରେ ରକ୍ତଦାନ ସମ୍ବଦ୍ଧିୟ ସଚେତନା ବୃଦ୍ଧି ଉଦ୍ଦେଶ୍ୟ ରେ ଆଜି ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ର ମୟୁଜବେଗ ଗ୍ରାମ ରେ ନେକ୍ସସ୍ ଫାଉଣ୍ଡେସନ ର ପ୍ରଚେଷ୍ଟା କ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିର ରେ ରେଡକ୍ରସ ଭୁବନେଶ୍ୱର ଶାଖାର ସହଯୋଗ ରେ ସର୍ବମୋଟ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଓ ସମ୍ମାନୀୟ ଅତିଥି ଭାବେ ସମାଜସେବୀ ସିଦ୍ଧାର୍ଥ ରାଉତରାୟ ଯୋଗ ଦେଇଥିଲେ ।ଅତିଥି ମାନେ ମହାପୁରୁଷ ବିବେକା ନନ୍ଦ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଉଭୟ ଅତିଥି ଙ୍କୁ ଫାଉଣ୍ଡେସନ ର ଅଧକ୍ଷ ସୁବ୍ରତ ମଲ୍ଲିକ ଓ ସଂଯୋଜକ ସଚ୍ଚିକାନ୍ତ ମୁଦୁଲି ଉପଢୋକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ ।ଉଭୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ ସଂଗଠନ ର କର୍ମକର୍ତ୍ତା ମାନ ଙ୍କୁ ଅଧିକ ରୁ ଅଧିକ ରକ୍ତଦାନ ଶିବିର ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ରେ ଆୟୋଜନ କରିବା ପାଇଁ ପରାମର୍ଶ ଦେଇ ଥିଲେ ।ଶିବିର ରେ ରକ୍ତଦାନ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ପୁରୀ ଜିଲ୍ଲା ର ଅଗ୍ରଣୀ ସେବା ଅନୁଷ୍ଠାନ ” ବ୍ଲଡ଼ ଡୋନର ଗ୍ରୁପ ” ର ମୁଖ୍ୟ ପରିଚାଳକ ପଦ୍ମଲୋଚନ ମହାପାତ୍ର ଯୋଗ ଦେବା ସହ ଆଗାମୀ ଦିନ ରେ ରାଜ୍ୟ ରେ ରକ୍ତଦାନ କ୍ଷେତ୍ର ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସମଭାବାପର୍ଣ୍ଣ ଅନୁଷ୍ଠାନ ଗୁଡ଼ିକ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ସଂଗଠନ ର କର୍ମକର୍ତ୍ତା ମାନ ଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ରିନା ମିଶ୍ର ଗ୍ରାମାଞ୍ଚଳ ରେ ରକ୍ତଦାନ କ୍ଷେତ୍ର ରେ କିଭଳି ଅଧିକ ରୁ ଅଧିକ ମହିଳା ମାନ ଙ୍କୁ ସାମିଲ କରାଯାଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ ।କାର୍ଯ୍ୟକ୍ରମ ଟି ର ସୁପରିଚାଳନା ସ୍ଥାନୀୟ ସମିତି ସଭ୍ୟ ରଘୁନାଥ ସାହୁ କରିବା ସହିତ ନିଜର ଉଦଯାପନୀ ଅଭିଭାଷଣ ରେ ଗୋବିନ୍ଦ ଚନ୍ଦ୍ର ଦାସ , ବିଶ୍ବରଂଜନ ସାହୁ , ଚିନ୍ମୟ ବେହେରା , ସରୋଜ କୁମାର ସାହୁ ଙ୍କ ସମେତ ଶିବିର ରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଏବଂ ରେଡକ୍ରସ ର କର୍ମକର୍ତ୍ତା ମାନ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।