
ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୪ ତମ ବାର୍ଷିକ ଉତ୍ସବ
କାକଟପୁର – ତା ୨୫/୦୨/୨୦୨୪ – (ତୁଷାର ଦୀକ୍ଷିତ )- କାକଟପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପଛ ପଟ ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଚାରିଛକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଆହୁତ ସଭାରେ ମୁଖ୍ୟ ଅତିଥିଭାବେ ରତନପୁର ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ପରିଡା , ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲାର ଡେପୁଟି କଲେକ୍ଟର ପ୍ରଭାତ କୁମାର ତରାଇ , ସମ୍ମାନୀୟ ଅତିଥି ଭାବେ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରିୟ ରଞ୍ଜନ ବେହେରା , ମଙ୍ଗଳା ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ , ନୟାହାଟ ହାଇସ୍କୁଲର ବରିଷ୍ଠ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ତାଙ୍କ ବକ୍ତବ୍ୟରେ କହିଥିଲେ l ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିବା ବେଳେ ଆଦର୍ଶ ଶିକ୍ଷୟତ୍ରୀ ଭାବେ ପ୍ରମିଳା ସେଠୀ ଓ ବାର୍ଷିଆନ ସମାଜସେବୀ ନିରଦ ବରନ ମହାନ୍ତିଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ତୃପ୍ତି ମୟୀ ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପାଧ୍ୟକ୍ଷା ରୀତା କୁମାରୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷୟତ୍ରୀ ପ୍ରଭାତୀ ବେହେରା , ସଙ୍ଗୀତା ବଳିୟାର ସିଂ , କବିତା ସେଠୀ ,ମିତାଲି ମହାରଣା , ରୋଜାଲିନି ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କୁନି କୁନି ତାରା ପରିବେଷଣ କରାଯାଇଥିଲା l ଶିକ୍ଷାକେନ୍ଦ୍ରର ସଭାପତି ଭଗବାନ ମହାନ୍ତି , ଉପସଭାପତି କ୍ଷେତ୍ରମୋହନ ସାହୁ , ସଂପାଦକ ପ୍ରଭାତ କୁମାର ବଳିୟାରସିଂ , ଏସ କେ ସଫିକଙ୍କ ସମେତ ସମସ୍ତ ଅଭିଭାବକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l