
ଭାରତ ବିକାଶ ପରିଷଦ ର ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ll
ଭୁବନେଶ୍ୱର- ୧୬/୩/୨୦୨୪ – ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ଏବଂ କେନ୍ଦ୍ରୀୟ ଶାଖା ଦ୍ୱାରା ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ “ପରିବର୍ତ୍ତିତ ପରିବେଶ ର ସ୍ୱରକ୍ଷା” ସମ୍ବନ୍ଧିୟ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ତଥା ଏକ ଦିବସିୟ କାର୍ଯ୍ୟଶାଳା ଆସନ୍ତା ୧୬ ତାରିଖ ଶନିବାର ଦିନ ସକାଳ ୧୦:୦୦ ଘଟିକା ରୁ ସାନ୍ଧ୍ୟ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଉଛି l ଏହି କାର୍ଯ୍ୟାଶାଳାରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ତଥା ଭାରତ ବିକାଶ ପରିଷଦ ର ଜାତୀୟ ପରିବେଶ ପ୍ରକଳ୍ପ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ. ପ୍ରେମଜୀ ସିଂ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସେଣ୍ଟର ଫର ହିମାଳୟ ଷ୍ଟାଡିଜ ର ପ୍ରତିଷ୍ଠାତା ନିର୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପ୍ରଧ୍ୟାପକ ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l
ଭାରତ ବର୍ଷ ର ବହୁ ଜ୍ଞାନୀ ଗୁଣୀ ତଥା ଇସ୍ରୋ ଓ ଭାବା ର ବୈଜ୍ଞାନିକ, ବିଶିଷ୍ଟ ପରିବେଶବିତ ଙ୍କ ସହ SOA ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡାକ୍ତର ଅଶୋକ ମହାପାତ୍ର, ଇସ୍ରୋ ର ବୈଜ୍ଞାନିକ ଶ୍ରୀଯୁକ୍ତ କାର୍ତିକ ଚନ୍ଦ୍ର ସ୍ୱାଇଁ, ପ୍ରାଧ୍ୟାପକ କମଳକାନ୍ତ ଜେନା, ORSAC ର ବୈଜ୍ଞାନିକ ଦେବୋଜିତ ମିଶ୍ର ଏବଂ OUAT ର ପ୍ରଧ୍ୟାପକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ l ଓଡିଶା ପୂର୍ବପ୍ରାନ୍ତ ର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ପ୍ରାୟ ୩୦୦ ଜଣ ଏହି କାର୍ଯ୍ୟାଶାଳା ରେ ଯୋଗଦେଇଥିଲେ l ଭାରତ ବିକାଶ ପରିଷଦ ର ମହିଳା ବାଳବିକାଶର ଜାତୀୟ ଉପାଧ୍ୟକ୍ଷ୍ୟା ଶ୍ରୀମତୀ ଗୀତା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ଓଡିଶା ପୂର୍ଵପ୍ରାନ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ, ସେମିନାର ସଂଯୋଜକ ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର, ପ୍ରାନ୍ତ ସଚିବ ପ୍ରଦୀପ୍ତ କୁମାର ମହାରାଣୀ, ସ୍ମରଣିକା ର ମୁଖ୍ୟ ସମ୍ପାଦକ ଡାକ୍ତର ହେମନ୍ତ କୁମାର ମିଶ୍ର ଏବଂ ଓଡିଶା ପୂର୍ବପ୍ରାନ୍ତ ମିଡ଼ିଆ ପ୍ରଭାରୀ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଉକ୍ତ ଆଲୋଚନା ଚକ୍ର ଏକ ଦିବାସୀୟ କାର୍ଯ୍ୟଶାଳାକୁ ସୁଚାରୁରୂପେ ପରିଚାଳନା କରିଥିଲେ l