
ମା ମଙ୍ଗଳା ଙ୍କ ପ୍ରସିଦ୍ଧ ଝାମୁଁ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ
କାକଟପୁର- ତା ୨୪/୦୩/୨୦୨୪ (ତୁଷାର ଦୀକ୍ଷିତ) – ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ ଶକ୍ତିପୀଠ ଭାବେ କାକଟପୁର ମା ମଙ୍ଗଳା ଙ୍କ ପୀଠ ଚୈତ୍ର ମାସ ଆସିଲେ ଚଳ ଚଞ୍ଚଳ ହୋଇପଡ଼େ l ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ପାଳି ଯାତ୍ରା ଆରମ୍ଭ ହୋଇ ପାଞ୍ଚ ପାଳି ମଙ୍ଗଳବାର ଦିନ ଝାମୁଁ ଯାତ୍ରା ଅନୁଷ୍ଠିତ ହୁଏ l ରାଜ୍ୟର ବିଭିନ୍ନ ପ୍ରାନ୍ତର ରୁ ହଜାର ହଜାର ମାତୃ ଭକ୍ତ ଓ ମାନସିକ ଧାରୀ ମହିଳା ମାନେ ମାଙ୍କ ମନ୍ଦିର ରେ ରୁଣ୍ଡ ହୋଇ ପୂଜାର୍ଚ୍ଚନା କରିବା ସହିତ ନିଜ ପରିବାର ର ସୁଖ ମନାସି ଥାନ୍ତି l
ଏହି ପ୍ରସିଦ୍ଧ ଝାମୁଁ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମାଙ୍କ ଯାତ୍ରୀନିବାସ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଙ୍କ ସଭାପତିତ୍ୱରେ ମାଙ୍କର ପୂଜାପଣ୍ଡା, ପାଳିଆ ସେବକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା, ଏସ ଆଇ ପ୍ରମୋଦ କୁମାର ସେଠୀ,ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର ଦୀକ୍ଷିତ, ପରାମର୍ଶଦାତା କମିଟି ପକ୍ଷରୁ ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ପୂଜାପଣ୍ଡା ସେବକ ରଘୁନାଥ ଦୀକ୍ଷିତ, ଶରତ ଦୀକ୍ଷିତ, ପ୍ରଦୀପ ପଣ୍ଡା, ପ୍ରଦୀପ୍ତ ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ ଓ ଅନ୍ୟ ସେବାୟତ ମାନେ ଯୋଗ ଦେଇଥିଲେ l
ଆହୁତ ଏହି ବୈଠକ ରେ ଭକ୍ତମାନେ କିଭଳି ବ୍ୟାରିକେଟ ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଶୃଙ୍ଖଳିତ ଭାବେ ମାଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ମନ୍ଦିର ରଙ୍ଗ କାର୍ଯ୍ୟ ସରିବା ପରେ ବିଭିନ୍ନ ଆଲୋକମାଳା ଓ ଫୁଲମାଳ ରେ ମନ୍ଦିର ଚର୍ତ୍ତୃପାର୍ଶ୍ଵ ସଜିତ କରାଯିବାର ନିଷ୍ପତ୍ତି ନିଆଯାଇଥିଲା l ଭକ୍ତ ମାନେ ଉତ୍ତର ଦ୍ଵାର ରେ ପ୍ରବେଶ କରି ପୂର୍ବଦ୍ଵାର ପଟେ ପ୍ରସ୍ତାନ କରିବେ ବୋଲି ପ୍ରଶାସନ ର ନିଷ୍ପତ୍ତି ହୋଇଛି l ମା’ ଙ୍କର ନୀତି ନିର୍ଘଣ୍ଟ ଅନୁଯାୟୀ ଠିକ ସମୟରେ ନୀତି ନିର୍ଘଣ୍ଟ କରାଯିବା ସହ ଭକ୍ତ ମାନଙ୍କ ଦର୍ଶନ କୁ ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଦାଶ କହିଥିଲେ l ବାହାରୁ ଆସୁଥିବା ଦୁଇ ଓ ଚାରିଚକିଆ ଯାନ ଗୁଡିକୁ ଅନତି ଦୂରରେ ପାର୍କିଂ କରାଯିବାର ବ୍ୟବସ୍ଥା କରାଯାଇଛି l ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ଗାଡ଼ି କୁ ମନ୍ଦିର ପାଖରେ ରଖଯାଇ ଅଗ୍ନି ନିର୍ବାପକ ଗାଡ଼ି ସହିତ କର୍ମଚାରୀ ମାନେ ତୀକ୍ଷ୍ଣ ଦୃଷ୍ଟି ରଖିବେ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଓ କର୍ମଚାରୀ ସେମାନଙ୍କର ଅସ୍ଥାୟୀ କ୍ୟାମ୍ପ ପକାଇ ଜରୁରୀ କାଳୀନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି