
ହଜାର ହଜାର ସମର୍ଥକଙ୍କ ସହିତ କଣାସରେ ସଞ୍ଜୟ ଦାସବର୍ମା ଏବଂ ଅରୂପ ପଟ୍ଟନାୟକଙ୍କ ପ୍ରଚାର
କଣାସ : ୯.୪.୨୪ (ଶାଶ୍ଵତ ଟିଭି) ହଜାର ହଜାର ସମର୍ଥକଙ୍କ ସହିତ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ବ୍ଲକରେ ସଞ୍ଜୟ ଦାସବର୍ମା ଏବଂ ଅରୂପ ପଟ୍ଟନାୟକ ଆରମ୍ଭ କରିଛନ୍ତି ଜୋରଦାର ପ୍ରଚାର। ସଂଘର୍ଷ ଓ ବୀର ପ୍ରସବିନୀର ଭୂମି କଣାସକୁ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଅରୁପ ପଟନାୟକ ଓ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ହଜାର ହଜାର ସମର୍ଥକ ଙ୍କ ସହିତ ତ୍ରିଲୋଚନ ପୁର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ପଞ୍ଚାୟତ ସମିତି ସମ୍ମୁଖରେ ଏବଂ ସହିଦ୍ ସ୍ମୁତି ପୀଠରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହି ଠାରୁ ଶୋଭାଯାତ୍ରାରେ ବାହାରି ଶ୍ରୀ ଦାସବର୍ମା କଣାସରେ ଅଧିଷ୍ଠାତ୍ରୀ ଦେବୀ ମା’ କୁଞ୍ଜେଶ୍ୱରିଙ୍କ ପାଖରେ ପୂଜା ଅର୍ଚ୍ଚନା କରି ଆଶ୍ରିବାଦ ନେଇଥିଲେ। ସେଠାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମା ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଥିଲେ କଣାସ ଏକ ସଂଗ୍ରାମ ର ମାଟି ଏହି ମାଟିରେ ବାମପନ୍ଥୀ ଆନ୍ଦୋଳନ ର ବିଶିଷ୍ଟ କୃଷକ ନେତା ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ର ସଂଗ୍ରାମର ଭୂମି ଦୀର୍ଘ ଦୁଇ ଦଶନ୍ଧି ତଳେ ମୁଁ ମୋ ରାଜନୈତିକ ଓ ସାମାଜିକ ଜୀବନ ଏହି କଣାସ ମାଟିରୁ ଆରମ୍ଭ କରିଥିଲି। ମହା ବାତ୍ୟା ହେଉ କିମ୍ବା ପ୍ରଳୟଙ୍କରୀ ବନ୍ୟା ହେଉ ସବୁ ବେଳେ ଆପଦ ବିପଦ ବେଳେ ମୁଁ କଣାସ ବାସିଙ୍କ ପାଖରେ ସର୍ବଦା ରହି ଆସିଛି। ୨୦୦୬ ମସିହା ପ୍ରଳୟଙ୍କରୀ ବନ୍ୟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କଣାସର ଭୟାବହ ବନ୍ୟା ପରିସ୍ଥିତି ଦେଖାଇବାର ସୁଯୋଗ ପାଇଥିଲି। ସତ୍ୟବାଦୀ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଞ୍ଚସଖାଙ୍କର ସେବା, ତପସ୍ୟା ଓ ସମର୍ପଣର ଭୂମି କଣାସ ସଂଗ୍ରାମର ଅନନ୍ୟା ଭୂମି, ଏହି ଭଳି ଏକ ପ୍ରଚୁଜ୍ୟ ଓ ସଂସ୍କୃତି ସମ୍ପନ୍ନ ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରୁପ ପଟନାୟକଙ୍କୁ ସାଂସଦ ଭାବରେ ଏବଂ ମୋତେ ବିଧାୟକ ପ୍ରାର୍ଥୀ କରିଛନ୍ତି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ବିକାଶ ଓ କଣାସର ବନ୍ୟା ନିୟନ୍ତ୍ରଣ ସହିତ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ର ସମାଧାନ ତଥା ଗ୍ରାମ୍ୟ ଭିତିଭୂମି କୁ ସୃଦୃଢ଼ କରିବା ପାଇଁ ଆମ୍ଭେ ସଙ୍କଳ୍ପ ବଦ୍ଧ। ମୋର ଗଭୀର ବିଶ୍ଵାସ କଣାସର ବୁଦ୍ଧିଯିବି, ଗୁରୁଜନ, ଚାଷୀ କୂଳ, ମାତୃଶକ୍ତି ଓ ଯୁବସାଥୀ ଏହି ନିର୍ବାଚନ ଲଢେଇରେ ଆମ୍ଭେ ଆର୍ଶୀବାଦ କାମନା କରୁଛୁ।
କଣାସରୁ ଶୋଭାଯାତ୍ରା ବାହାରି ଆଳିବାଡ଼ ପଞ୍ଚାୟତ ଦେଇ କଣାସର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ପୀଠରେ ଦର୍ଶନ ସହିତ ସନ୍ଥ ତଥା ସଙ୍ଗ୍ରାମୀ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସାଧନା ପୀଠ କରମଳା ଶାନ୍ତି ଆନନ୍ଦ ଆଶ୍ରମ ଯାଇ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସମାଧିପୀଠ ଦର୍ଶନ କରିବା ସହିତ କରମଳା ମଠର ଆଚାର୍ଯ୍ୟଙ୍କୁ ଭେଟି ଆର୍ଶୀବାଦ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜାଗାରେ ଶ୍ରୀ ଅରୁପ ପଟନାୟକ ଓ ଶ୍ରୀ ଦାସବର୍ମାଙ୍କୁ ଉଚ୍ଚସିତ ସମ୍ବୋଧନା ଦିଆଯାଇଛି। ତ୍ରିଲୋଚନ ପୁରୁ କରମଳା ଭଗବତୀ ପିଠ ପର୍ଯ୍ୟନ୍ତ ଯାଉ ଥିବା ସୋଭା ଯାତ୍ରା କୁ ବିଭିନ୍ନ ସ୍ଥାନରେ ମହିଳା ମାନେ ସମ୍ବୋଧନା ଯଣାଇଥିଲେ। ଏହି ବିଶାଳ କାର୍ଯ୍ୟକ୍ରମରେ କଣାସ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ରାଉତ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ କୁମାର ସାହୁ, ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ରାଉତରାୟ, କଣାସର ପୂର୍ବତନ ଅଧ୍ୟକ୍ଷ ସୁସୀଲ କୁମାର ରାଉତ, ସତ୍ୟବାଦୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରସନ୍ନ ପଟନାୟକ, ଶିଖର ବାରିକ୍, ଭିକାରୀ ଗୁମାନ ସିଂହ, ବିଜୁ ଜନତା ଦଳ ସମ୍ପାଦକ ଦେବାଶିଷ ରାୟଏବଂ ସୁରେଶ କୁମାର ସାହୁ ଙ୍କ ସମେତ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ ଏବଂ ମାତୃଶକ୍ତିଙ୍କ ସମେତ ବିଜୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।