
ପିଠିରେ କଣ୍ଟା ଫୁଟାଇ ଖାଇରେ ଝୁଲିଲେ ପୂରଣ ହୁଏ ମାନସିକ
ସତ୍ୟବାଦୀ : ତା ୧୪.୪.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ – ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସତ୍ୟବାଦୀ ଭୀମପୁର ଗ୍ରାମର ଆରାଧ୍ୟା ଦେବୀ ମା ଗଡଚଣ୍ଡି ପୀଠରେ ପାଳନ ହୋଇଯାଇଛି ପ୍ରସିଦ୍ଧ ଖାଇଫୋଡ ପର୍ବ।ମହାବିଷ୍ଣୁବ ସଂକ୍ରାନ୍ତି ଦିନ ମନ୍ଦିର ସମ୍ମୁଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ରହିଛି ବଶ୍ଵାସ । ଏହି ବିଶ୍ଵାସ ନେଇ ଶତାଧିକ ମାନସିକଧାରୀ ପାଟୁଆ ପ୍ରାୟ ୩୦ ଫୁଟ ଉଚ୍ଚର ଖାଇରେ ଝୁଲି ମା ଙ୍କର କରୁଣା ଲାଭ କରିଛନ୍ତି । ପ୍ରବଳ ରୌଦତାପ ସତ୍ତ୍ଵେ ମଧ୍ୟ ଅତି ନିଷ୍ଠାରେ ରହିବାକୁ ପଡିଥାଏ ମାନସିକ ଧାରୀଙ୍କୁ । ମାସକ ପୂର୍ଵରୁ ମାନସିକ ଧାରୀ ମାନେ ହବିଷାନ୍ନ ଭୋଜନ କରିଥିବା ବେଳେ ପ୍ରତ୍ୟେକ ମଙ୍ଗଳବାର ଦିନ ମା ଗଡଚଣ୍ଡିଙ୍କ ପାଖରେ କଣ୍ଟା ପୂଜା କରିଥାନ୍ତି । ମାସ ତମାମ ମାନସିକଧାରୀ ପରିବାର ଠାରୁ ଅଲଗା ରହିବାର ବିଧି ବ୍ୟବସ୍ଥା ରହିଥିବା ବେଳେ ଆଜିର ଦିନ ଅର୍ଥାତ ମହାବିର୍ଷ୍ଣୁବ ସଂକ୍ରାନ୍ତି ଦିନ ମାନସିକ ଧାରୀ ମାନେ ମା ଗଡଚଣ୍ଡିଙ୍କ ପାଖରେ ସକାଳୁ ଗୁହାରି ପଡିଥାନ୍ତି । ମାଙ୍କ ରିତୀନିତୀ ସଂପନ୍ଣ ହେବା ପରେ କାଳିସି ମାନେ ମାଙ୍କର ଆଜ୍ଞାମାଳ ନେଇ ମନ୍ଦିର ନିକଟସ୍ଥ ପୋଖରୀକୁ ଯାଇଥାନ୍ତି । ସେଠାରେ କାଳିସୀ ମାନେ ମାନସିକଧାରୀଙ୍କ ପିଠିରେ କଣ୍ଟା ଫୋଡିବା ପରେ ପୋଖରୀ ଠାରୁ ଖାଇ ପର୍ଯ୍ୟନ୍ତ ଶୋଭାଯାତ୍ରାରେ କାଳିସୀ ଓ ମାନସିକ ଧାରୀ ଆସି ମନ୍ଦିର ନିକଟସ୍ଥ ପଡ଼ିଆରେ ପହଞ୍ଚି ଥାନ୍ତି। ସେଠାରେ ପ୍ରାୟ ୩୦ ହାତରୁ ଉର୍ଦ୍ଦ ଖାଇରେ ପିଠିରେ କଣ୍ଟା ଫୋଡା ଅବସ୍ଥାରେ କତା ରଶିରେ ଖାଇରେ ଝୁଲି ରହିଥାନ୍ତି , ପରମ୍ପରା ଅନୁସାରେ ପ୍ରଥମେ କାଳିସୀ ଖାଇରେ ଝୁଲିବା ପରେ ମାନସିକଧାରୀ ମାନେ ଝୁଲିଥାନ୍ତି । ଏହି ସମୟରେ କାଳିସୀ ଦ୍ଵାରା ଖାଇରେ ଝୁଲିବା ଅବସ୍ଥାରେ ଫିଙ୍ଗା ଯାଉଥିବା ଅ।ମ୍ଵ ଓ ଖଜୁରୀ କୋଳି ମହିଳା ମାନେ ଖାଇଲେ ସେମାନେ ସନ୍ତାନ ପ୍ରାପ୍ତି ହେବାର ବିଶ୍ଵାସ ରହିଥିବା ବେଳେ ମାନସିକଧାରୀ ପାଟୁଅ। ଓ କାଳିସି ପିଲାଙ୍କୁ ଧରି ଖାଇରେ ଝୁଲିଲେ ସେମାନଙ୍କର ମଙ୍ଗଳ କାମନା ସହିତ ରୋଗ ମୁକ୍ତ ହେବାର ବିଶ୍ଵାସ ରହିଛି I
ପ୍ରବଳ ରୁଦ୍ରତାପ ସତ୍ତ୍ୱେ ମଧ୍ୟ ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପର୍ବରେ ଯୋଗଦାନ କରି ମା ଗଡଚଣ୍ଡି ଙ୍କ ଆଶୀର୍ବାଦ ନେବା ସହିତ ଏହି ପର୍ବରେ ସାମିଲ୍ ହୋଇଥିଲେ।