
ଝାମୁଯାତ୍ରାରେ ବିଭିନ୍ନ ସଂଗଠନ ପକ୍ଷରୁ ମାଗଣା ପ୍ରସାଦ ସେବନ ଓ ଜଳଛତ୍ର,
କାକଟପୁର – ତା୨୩/୦୪/୨୦୨୪ -ତୁଷାର ଦୀକ୍ଷିତ-, ଆଜି ପବିତ୍ର ଝାମୁଯାତ୍ରା ଅବସରରେ କାକଟପୁର ଉତ୍ସବ ମୁଖର ହୋଇପଡ଼ିଥିବାବେଳେ ପ୍ରବଳ ଗ୍ରୀଷ୍ମ କୁ ଖାତିର ନକରି ମାତୃଭକ୍ତଙ୍କ ସମାଗମରେ କାକଟପୁର ଲୋକାରଣ୍ୟ ହୋଇପଡ଼ିଥିଲା l ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମାଗଣାରେ ପ୍ରସାଦ ଓ ଦହି ସର୍ବତ ବଣ୍ଟନ କରାଯାଇଥିଲା l ଦିବା ୮ ଘଟିକା ବେଳକୁ କାକଟପୁର ମୁଖ୍ୟ ବଜାରରେ ଥିବା ନୀଳାଦ୍ରୀ ଗ୍ରୁପ ଓ ଆରତୀ ଡେଭେଲପମେଣ୍ଟ ସେଣ୍ଟରର ସୌମ୍ୟରଞ୍ଜନ ଦାଶ, ଅନିଲ କବି ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭକ୍ତ ମାନଙ୍କୁ ଖେଚୁଡ଼ି, ଡାଲମା ଓ ଦହି ସର୍ବତ ବଣ୍ଟନ କରାଯାଇଥିଲା l ସେହିପରି ପ୍ରାଚୀ ୟୁଥ ସୋସିଆଲ ଅର୍ଗନାଇଜେସନ, ମା ମଙ୍ଗଳା ଡ୍ରାଇଭର ଆସୋସିଏସନ, ସାଇ ସେବା ଟ୍ରଷ୍ଟ ତରଫରୁ କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା ଓ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ,କେ ବି ଇ ଏମ ଇଂରାଜୀ ମାଧ୍ୟମ ସ୍କୁଲ, ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ଦିବ୍ୟରଞ୍ଜନ ସାହୁ ,ଲକ୍ଷ୍ମୀପ୍ରିୟା ବିଶ୍ୱାଳ,କାକଟପୁର ଥାନା ପକ୍ଷରୁ ନିମାପଡା ଆରକ୍ଷୀ ଉପଖଣ୍ଡ ଅଧିକାରୀ ପ୍ରଭାତ ରଞ୍ଜନ ମଲ୍ଲିକ କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା, ଏ ଏସ ଆଇ ପ୍ରମୋଦ କୁମାର ସେଠୀ ,କଣ୍ଟ୍ରାକ୍ଟର ଆସୋସିଏସନ ପକ୍ଷରୁ ସ୍ୱାଧୀନ କୁମାର ପ୍ରଧାନ, ବିଜନ କୁମାର ପରିଡାଙ୍କ ସହଯୋଗ ରେ ଅନୁଷ୍ଠାନ ୫ ହଜାର ଭକ୍ତ ମାନଙ୍କ ପାଇଁ ମାଗଣା ପ୍ରସାଦ ସେବା ସହିତ ଦହି ସର୍ବତ ବଣ୍ଟନ କରାଯାଇଥିଲା l