
ଅରୁଣ ମିଶ୍ରଙ୍କୁ ପୁରୀ ଜିଲ୍ଲା ବିଜେଡ଼ିରେ ନୂଆ ଦାୟିତ୍ୱ
ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ନୂତନ ରାଜ୍ୟ ଯୁବ ବିଜେଡି କର୍ମକର୍ତା ଘୋଷଣା
ପୁରୀ : ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଘୋଷଣା ହୋଇଛି ନୂଆ ଯୋଦ୍ଧାଙ୍କ ନାମ । ସାଧାରଣ ନିର୍ଵାଚନ ପାଇଁ ବିଜୁ ଜନତା ଦଳ ନୂଆ ଯୋଦ୍ଧାଙ୍କ ନାମ ଘୋଷଣା କରିଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀର ଯୁବ ନେତା ତଥା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଅରୁଣ କୁମାର ମିଶ୍ରଙ୍କ ନୂଆ ଦାଇତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ରଙ୍କୁ ରାଜ୍ୟ ଯୁବ ବିଜେଡି ଉପସଭାପତି ଭାବେ ତାଙ୍କ ନାଁ ଘୋଷଣା କରିଛନ୍ତି । ନାଁ ଘୋଷଣା ପରେ ଅରୁଣ କୁମାର ମିଶ୍ର ଗଣମାଧ୍ୟମକୁ ପତିକ୍ରିୟା ଦେଇ କହିଛନ୍ତି ଯେ, ମୋ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳ ଭରସା କରିଛନ୍ତି । ଏହି ସାଧାରଣ ନିର୍ବାଚନରେ ବିଜେଡି ପୁରୀ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ । ଏଥି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ବ୍ରହ୍ମଗିରିର ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଓ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ପ୍ରିତମ ଜଗଦେବଙ୍କ ନାଁ ମଧ୍ୟ ରାଜ୍ୟ ଯୁବ ବିଜେଡି ଉପସଭାପତି ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଯୁବ ନେତା ଅଶିତ କୁମାର ମେକାପଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଯୁବ ବିଜେଡି ଓ ନିରଞ୍ଜନ ନାୟକଙ୍କୁ ସମ୍ପାଦକ ଯୁବ ବିଜେଡି ନୂଆ ଦାଇତ୍ୱ ମିଳିଛି ।