
ଆସନ୍ତା ବିଧାନସଭା ପାଈଁ ପ୍ରସ୍ତୁତ ହେଲେ ବିଜେଡ଼ି ବିଧାୟକ ଦଳ
ଭୁବନେଶ୍ବର: ୨୧.୭.୨୪ – ଶାଶ୍ଵତ ଟିଭି – ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ବିଜେଡି ବିଧାୟକ ଦଳ ବୈଠକ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକମାନଙ୍କ ସହ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିବାକୁ ଦଳ ପକ୍ଷରୁ ବିଧାୟକମାନଙ୍କୁ ଯେଉଁ ଦାୟିତ୍ୱ ମିଳିଛି ତାକୁ ତତ୍ପରତାର ସହ କରିବାକୁ ସମସ୍ତଙ୍କୁ ଅବଗତ କରିଛନ୍ତି ନବୀନ। ରାଜ୍ୟର ସାଧାରଣ ଜନତାଙ୍କ ହିତ ପାଇଁ ବିରୋଧୀ ଦଳ ହିସାବରେ ଆଗାମୀ ବିଧାନସଭା ଅଧିବେଶନରେ ରଣନୀତିକୁ ଆହୁରି ଶାଣିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି ନବୀନ ପଟ୍ଟନାୟକ।