
ଉତ୍କଳମଣି ଙ୍କ ଆଦର୍ଶ, ପିଲାଙ୍କ ପାଇଁ ପାଲଟିଛି ବରଦାନ
ସୁଆଣ୍ଡୋ : ତା ୫ /୧୧/୨୦୨୪
ଶାଶ୍ଵତ ଟିଭି
ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ St. Francis Xavier’s High School, Palasuni, Rasulgarh ର ଶିକ୍ଷୟତ୍ରୀ ଅନସୂୟା ମହାପାତ୍ର, ବିଜୟିନୀ ବଡ଼ଜେନା ,ଏବଂ ସ୍ନିଗ୍ଧା ତ୍ରିପାଠୀ, ସ୍କୁଲର କିଛି ଛାତ୍ରୀ ମାନଙ୍କୁ ସାଙ୍ଗରେ ଧରି, ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମସ୍ଥଳୀ ସୁଆଣ୍ଡୋ ଅଭିମୁଖେ ଏକ ଶିକ୍ଷଣୀୟ ଦର୍ଶନରେ ଆସିଥିଲେ। ଛାତ୍ରଛାତ୍ରୀମାନେ ମ୍ୟୁଜିଅମ ବୁଲିବା ସହିତ ଉତ୍କଳମଣି ଙ୍କ ଜୀବନୀ ଉପରେ ଆଧାରିତ ଏକ ଏକାଙ୍କିକା ଚଳଚିତ୍ର ମଧ୍ୟ ଦେଖିଥିଲେ ଯେଉଁଥିରେ ଥିଲା ଉତ୍କଳମଣୀଙ୍କ ତ୍ୟାଗ , ବଳିଦାନ ସମ୍ପର୍କିତ ସମ୍ପୂର୍ଣ ତଥ୍ୟ । ଏତଦ୍ ବ୍ୟତୀତ ସଂଗ୍ରହାଳୟ ରେ ଥିବା ଉତ୍କଳମଣିଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ତଥା ବଳିଦାନ ସମ୍ପର୍କିତ ସମ୍ପୂର୍ଣ ତଥ୍ୟ ଏବଂ ଉତ୍କଳମଣିଙ୍କ ଷଠିଘର ଦେଖି ପିଲା ତଥା ଶିକ୍ଷୟତ୍ରୀଙ୍କ ମନରେ ଇତିହାସ ପୁନର୍ଜିବିତ ହୋଇଗଲା ଭଳି ଲାଗିଥିଲା । ପିଲାମାନେ ଏଭଳି ଏକ ସୁନ୍ଦର ପରିବେଷ କୁ ଆସି ନିଜକୁ ହଜେଇ ଦେଇଥିଲେ।ଉତ୍କଳମଣି ଙ୍କ ଆଦର୍ଶ କୁ ପାଥେୟ କରି ପିଲାମାନେ ପ୍ରତ୍ୟାବର୍ତ୍ତନ କରିଥିଲେ।