
ଧନଲଷ୍ମୀ ପୂଜାପାଇଁ ଉତ୍ସବମୁଖର ପଥରପକା ଗାଁ
କାକଟପୁର ତା ୧୫/୧୨,
(ତୁଷାର ଦୀକ୍ଷିତ )
ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ପଥରପକା ଗ୍ରାମରେ ମା ଧନଲଷ୍ମୀଙ୍କ ପୂଜା ମା ବାଟମଙ୍ଗଳା ପୂଜା କମିଟି ଆନୁକୂଲ୍ୟରେ ଖୁବ ଧୂମଧାମରେ ପାଳିତ ହେଉଛି l ଗତ ୧୧ ତାରିଖରେ ପାରମ୍ପରିକ ବାଦ୍ୟ, ଘଣ୍ଟ ଘଣ୍ଟା ବଜାଇ ସ୍ଥାନୀୟ ଦେବୀ ନଦୀ ଘାଟରୁ ଜଳଆହରଣ କରାଯିବା ପରେ ରୀତିନୀତି ଅନୁଯାଇ ଅଙ୍କୁରାରୋପଣ,ସୂର୍ଯ୍ୟପୂଜା, ମା ଧନଲଷ୍ମୀଙ୍କ ଆବାହନ ଓ ହୋମଯଜ୍ଞ ଇତ୍ୟାଦି କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖରେ ଶେଷ ହେବ ବୋଲି ଅନୁଷ୍ଠାନର ସଭାପତି ଦୁଃଶାସନ ନାୟକ (କୁଞ୍ଜ ଭାଇ ) ପ୍ରକାଶ କରିଛନ୍ତି l କର୍ତ୍ତା ଭାବେ ଅରୂପ ନାୟକ ଓ କର୍ତ୍ତୀ ଭାବେ ରଞ୍ଜନା ନାୟକ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି l ଧନଲଷ୍ମୀ ପୂଜାପାଇଁ ପଥରପକା ଗ୍ରାମ ସମେତ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଥିବାବେଳେ ପଥରପକା ଗ୍ରାମବାସୀ ମାନେ ନିଷ୍ଠା, ଭକ୍ତି ଓ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉକ୍ତ ପୂଜା କାର୍ଯ୍ୟକ୍ରମକୁ ସୁ ପରିଚାଳନା କରୁଛନ୍ତି l