
ବଜ୍ରପାତ ରେ ଘରଛାତ ଫାଟିବା ସହ ମଇଁଷି ମୃତ
କାକଟପୁର ୨୨/୩ – ( ତୁଷାର ଦୀକ୍ଷିତ ) ରାଜ୍ୟରେ ହେଉଥିବା ଅଦିନିଆ ବର୍ଷା ସମୟ ରେ ବିଜୁଳି ଘଡଘଡି ଲାଗିରହିଥିଲା, ଯାହାର ପ୍ରଭାବ ରେ ଅସ୍ତରଙ୍ଗ ବ୍ଲକ ରେ ଜଣେ ବ୍ୟକ୍ତି ବିଶେଷ ଙ୍କ ଘର ଛାତ ଫାଟିବା ସହ ଅନ୍ୟ ଏକ ସ୍ଥାନ ରେ ଚରୁଥିବା ଅବସ୍ଥା ରେ ଗୋଟେ ମଇଁଷି ମୃତ୍ୟୁ ବରଣ କରିଛି ।ଶନିବାର ମଧ୍ୟାହ୍ନ ସମୟ ରେ ଅଦିନିଆ ବର୍ଷା ଓ ପ୍ରବଳ ବିଜୁଳି ଘଡଘଡି ଯୋଗୁ ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମ ର କଳ୍ପନା ବେହେରା ଙ୍କ ଘର ଉପରେ ଚଡ଼ଚଡ଼ି ପଡି ତାଙ୍କ ଘରର ଛାତ ଫାଟି ଯାଇଥିବା ବେଳେ ଠିକ ସେହି ସମୟ ରେ ଝାଡଲିଙ୍ଗ ଗ୍ରାମର ସନ୍ତୋଷ ବେହେରା ତାଙ୍କ ଗ୍ରାମ ନିକଟରେ ମଇଁଷି ଚରାଉଥିବା ବେଳେ ବଜ୍ରପାତ ହୋଇଥିଲା ଯାହାକି ଫଳରେ ତାଙ୍କର ଗୋଟେ ମଇଁଷି ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି,କିନ୍ତୁ ସୌଭାଗ୍ୟ ର କଥା ମଇଁଷି ପାଖରେ ଉପସ୍ଥିତ ଥିବା ସନ୍ତୋଷ ବେହେରା ଏହି ବିଜୁଳି ଆଘାତ ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏବେ ଉଭୟ ଙ୍କୁ ସରକାର ଙ୍କ ତରଫରୁ ସରକାରୀ ସହାୟତା ରା଼ଶୀ ପ୍ରଦାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି