
ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ, କାକଟପୁରରେ ଶୋକର ଛାୟା କାକଟପୁର
ତା ୨୬/୧୨, (ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ଓଥକା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ମୁତ୍ୟୁଶଯ୍ୟା ନିକଟରେ କନିଷ୍ଠ ଭ୍ରାତା ବେଣୁଧର ସ୍ୱାଇଁ, ବଂଶୀଧର ସ୍ୱାଇଁ, ଝିଅ ଜ୍ୱାଇଁ, ନାତିନାତୁଣୀ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ l ସ୍ବର୍ଗତ ସ୍ୱାଇଁ ଜଣେ ବନ୍ଧୁବତ୍ସଳ,ମିଷ୍ଟଭାଷୀ,ପରୋପକାରୀ, ଅତ୍ୟନ୍ତ ମେଳାପୀ ସ୍ଵଭାଵର ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କର ପାର୍ଥିବ ଶରୀରକୁ ପୁରୀସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ରାଜନେତା, ସାମ୍ବାଦିକ ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ଶେଷଦର୍ଶନ କରିଥିଲେ l ତାଙ୍କର ମରାଶରୀରକୁ ଏକ ବିରାଟ ପଟୁଆରରେ ନିଆଯାଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯାଇଥିଲା l କନିଷ୍ଠ ଭ୍ରାତା ବଂଶୀଧର ମୁଖାଗ୍ନି ଦେଇଥିବାବେଳେ ପରିବାର ବର୍ଗ,ଶୁଭେଛୁ, ବନ୍ଧୁପରିଜନ ମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l