
ଅସହାୟ ବୃଦ୍ଧ ଙ୍କର ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର।
କାକଟପୁର ତା ୨୧/୦୨/୨୦୨୪ – କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ଗ୍ରାମପଞ୍ଚାୟତ ଶ୍ରୀଚନ୍ଦନପୁର ଗ୍ରାମର ସ୍ୱର୍ଗତ ଯୋଗେନ୍ଦ୍ର ଜେନା ବୟସ -୭୫ ପିତା – ଇନ୍ଦ୍ରମଣି ଜେନା ଙ୍କ ଘର ପାଖରେ ପ୍ରବଳ ଦୁର୍ଗନ୍ଧ ହେବାରୁ ଲୋକମାନେ ସନ୍ଦେହ କରି ତାଙ୍କ ଘରକୁ ଯାଇ ଦେଖିବାରେ ଘର ଭିତରେ ଛାତ ହୁକ ରେ ସେ ଝୁଲନ୍ତା ଅବସ୍ଥାରେ ରହି ଅଛନ୍ତି। ଗ୍ରାମବାସୀ ଙ୍କ ଠାରୁ ଜଣାଯାଏ ବୃନ୍ଧା ଦମ୍ପତି ସେହି ଘରେ ବସବାସ କରନ୍ତି, ତାଙ୍କର ସ୍ତ୍ରୀ ମାନସିକ ବିକୃତ ଅଟନ୍ତି। ପୁଅ ବୋହୁ ଅଲଗା ରହୁ ଥିବାରୁ ବୃଦ୍ଧ ଜଣକ ମାନସିକ ଭାରଶ୍ୟାମ ହରାଇ ଏଭଳି ନିଷ୍ପତି ନେଇ ଛନ୍ତି, ଶବ ର ଅବସ୍ଥା ଦେଖି ଜଣା ଯାଉଛି ୪-୫ ତଳେ ସେ ଆତ୍ମହତ୍ୟା କରିଛନ୍ତି ଯେହେତୁ ସ୍ତ୍ରୀ ମାନସିକ ବିକୃତ ତେଣୁ ତାହା ଜାଣି ନପାରି ସେହି ଘରେ ଚଳପ୍ରଚଳ କରି ମଧ୍ୟ ସେ କାହାକୁ ଜଣାଇ ନାହାନ୍ତି। ଲୋକମାନେ ପୋଲିସ କୁ ଖବର ଦେଇଥିଲେ କାକଟପୁର ଥାନା ପୋଲିସ 2/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।