
ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ,ସନ୍ଧାନୀ କୁକୁର ଓ ଫରେନସିକ ଟିମ ଦ୍ୱାରା ଯାଞ୍ଚ
କାକଟପୁର ୨୨/୧୨, ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଅଧିନସ୍ଥ ହିରାଦେଇପୁର ଗ୍ରାମର ଅବସର ପ୍ରାପ୍ତ ଆର୍ମି କର୍ମଚାରୀ ମଦନମୋହନ ମଲ୍ଲିକଙ୍କ ଘରୁ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୁତ୍ତ l ଖବର ପାଇ କଟକରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ମଲ୍ଲିକ ଶନିବାର ଦିନ ନିଜ ଘରକୁ ଆସି ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଫରେନସିକ ଟିମ ଓ ସନ୍ଧାନୀ କୁକୁର ଆଣି ଘରର ଆସବାବ ପତ୍ର ଯାଞ୍ଚ କରିଛି ଅସ୍ତରଙ୍ଗ ପୋଲିସ l ଅନ୍ୟ ପକ୍ଷରେ ଉକ୍ତ ଘରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା ଅଚଳ ହୋଇଥିବା ଯୋଗୁଁ ଏହା କୌଣସି ସ୍ଥାନୀୟ ଚୋର ହୋଇଥିବା ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ମିଳିଛି l ଅସ୍ତରଙ୍ଗ ଥାନାରେ ଏ ସଂକ୍ରାନ୍ତରେ 257/24 ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ ସୂଚନା ଦେଇଛନ୍ତି l