
ଗୃହର ତାଲା ଭାଙ୍ଗି ୫୦ ହଜାରୁ ଉର୍ଦ୍ଧ୍ବ ଟଙ୍କାର ଯନ୍ତ୍ରାଶ°ଚୋରି
କାକଟପୁର ୧୪/୦୨/୨୦୨୫ ( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ଶ୍ରୀରାମପୁର ଗାଁ ନିକଟରେ ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଷ୍ଟୋର ରୁମ ଗୃହର ତାଲା ଭାଙ୍ଗି ବୁଧବାର ବିଳମ୍ବିତ ରାତ୍ରିରେ କୋୖଣସି ଦୁର୍ବୁତ୍ତ ୫0 ହଜାରରୁ ଉର୍ଦ୍ଧ ଟଙ୍କାର ଯନ୍ତ୍ରାଶ°କୁ ଚୋରି କରି ନେଇଯାଇଛି l ଖବରରୁ ପ୍ରକାଶ ବାଜପୁର ଗାଁର ବିଜୟ କୁମାର ସାହୁଙ୍କ ନବ ନିର୍ମିତ ଗୃହ କାର୍ଯ୍ୟ ଶ୍ରୀରାମପୁର ଗାଁ ନିକଟରେ ଚାଲିଥିଲା l ସବୁଦିନ ଭଳି ବିଜୟ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଷ୍ଟୋର ରୁମରେ ଚାବି ପକାଇ ନିଜ ଘରକୁ ଯାଇଥିଲେ l କିନ୍ତୁ କୋୖଣସି ଦୁର୍ବୁତ୍ତ ବିଜୟଙ୍କ ଷ୍ଟୋର ରୁମ ଗୃହର ତାଲା ଭାଙ୍ଗି ଗୋଟିଏ ଜେନେଟର , ଗୋଟିଏ ପାଣି ପମ୍ପ, ଦୁଇଟି ହାଲୋଜିନି ଲାଇଟ , ବେଲଚା , ରସକୁଣ୍ଡ ୪ ଟି ସହ ବହୁ ଆସବାବ ପତ୍ରକୁ ଲୁଟି ନେଇଛି l ଏସଂକ୍ରାନ୍ତରେ କାକଟପୁର ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l