
ପୁରୀ ଜିଲ୍ଲା ସ୍କୁଲ ଠାରେ ନୀତା ଫୁଟବଲ ଏକାଡେମୀ ଓ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା ଉଦଯାପିତ
ଆଜି ପୁରୀ ଜିଲ୍ଲା ସ୍କୁଲ ଠାରେ ନୀତା ଫୁଟବଲ ଏକାଡେମୀ ଓ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବାଳକ ବିଭାଗର ଫାଇନାଲ ମ୍ୟାଚରେ ପୁରୀ ଜିଲ୍ଲା ସ୍କୁଲ ବଳଗଣ୍ଡି ହାଇସ୍କୁଲକୁ ପରାସ୍ତ କରି ଚାମ୍ପିଅନ ହୋଇଥିବା ବେଳେ ବାଳିକା ବିଭାଗରେ ପୁରୀ ଜିଲ୍ଲା ସ୍କୁଲ ନୀତା କବାଡି ଟିମକୁ ହରାଇ ଚାମ୍ପିଅନ ହୋଇଛି । ଆଜିର ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ ଉପ କୁଳାଧିପତି ପ୍ରଫେସର ହରିହର ହୋତା, ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ, ପୁରୀ ଓକିଲ ସଂଘର ପୂର୍ବତନ ସମ୍ପାଦକ ଆଡଭୋକେଟ ଶାରଦା ପ୍ରସାଦ ସାମଲ, ପୁରୀ ଜିଲ୍ଲା ସ୍କୁଲ ପ୍ରାକ୍ତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ପ୍ରାକ୍ତନ ଛାତ୍ର ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ତଥା ଅନେକ ସଂଖ୍ୟକ ପୂର୍ବତନ ବରିଷ୍ଠ କବାଡି କ୍ରୀଡାବିତ ଅତିଥି ଭାବରେ ଯୋଗଦେଇ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥଲେ । କ୍ରିଡ଼ା ଶିକ୍ଷକ ଶ୍ରୀଯୁକ୍ତ ସଦାଶିବ ସାହୁଙ୍କ ତତ୍ତ୍ଵାବଧାନରେ ଆଜିର ପ୍ରତିଯୋଗିତାଟି ପରିଚାଳିତ ହୋଇଥିଲା ତଥା ନୀତା ଫୁଟବଲ ଏକାଡେମୀର ସଭାପତି ଶ୍ରୀଯୁକ୍ତ ରାମ ନାଏକ, ସମ୍ପାଦକ ଆଡଭୋକେଟ ସତ୍ୟବ୍ରତ ଷଡ଼ଙ୍ଗୀ, କ୍ରିଡ଼ା ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ବେହେରା, ଅଭିମନ୍ୟୁ ଶତପଥୀ, ଡ଼ାକ୍ତର କୁମାର ଅରୋଜ୍ୟୋତି, ଶେଫାଳୀ ପତି ଓ ଗାୟତ୍ରୀ ସେଠୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଦଯାପନୀ ସଭାକୁ ଶିକ୍ଷକ ଶ୍ରୀଯୁକ୍ତ ବିଦ୍ୟାଧର ମିଶ୍ର ପରିଚାଳନ କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ