
ମଙ୍ଗଳା ମନ୍ଦିର ସମେତ ବିଭିନ୍ନ ଜାଗାରେ ଜନ୍ମାଷ୍ଟମୀ ପାଳିତ
କାକଟପୁର ୦୬/୦୯/ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କାକଟପୁର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ମନ୍ଦିର ରେ ପାଳିତ ହୋଇଛି ଜନ୍ମଷ୍ଟାମୀ ଉତ୍ସବ ଆଜି ମା ମଙ୍ଗଳା ଙ୍କ ରୀତି ନୀତି ପରେ ମନ୍ଦିର ତରଫରୁ ପାଳିଆ ସେବାୟତ ଓ ପୂଜା ପଣ୍ଡା ଏହି କାର୍ଯ୍ୟ କୁ ସମାପନ କରିଥିଲେ ପାଳିଆ ସେବାୟତ ନଦ ରାଜା ହୋଇଥିବା ବେଳେ ମନ୍ଦିର ପୂଜା ପଣ୍ଡା ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଅଷ୍ଟ ଧାତୁ ନିର୍ମିତ ଏକ ଥାଳିରେ ପ୍ରଭୁଙ୍କ ଧରି ଛିଡା ହୋଇଥିବା ବେଳେ ନନ୍ଦ ରାଜା କିଏ ତୁରେ ନିଶାଚାର ଏତେ ରାତିରେ କୁଆଡେ ବାହାର ପ୍ରଶ୍ନ କଲା ପରେ ପ୍ରଭୂ ତାଙ୍କର ରୂପ ଦେଖାଇଥିବା କଥା ପୁରାଣ ରେ ବର୍ଣିତ ରହିଛି ଏହା ପରେ ନନ୍ଦ ରାଜା ଠାକୁରଙ୍କୁ ମୁଣ୍ଡିଆ ମାରି ଦର୍ଶନ କରି ଯମୁନା ନଦୀ ପାର ହେବାକୁ କୁହନ୍ତି ଆଜି ମନ୍ଦିର ତରଫରୁ ଉତ୍ତର ଦ୍ୱାର ପାଖରେ ଯମୁନା ନଈ ତିଆରି ହୋଇଥିବା ବେଳେ ସେଇ ପାଣିରେ ଅଷ୍ଟ ଧାତୁ ତିଆରି ହୋଇଥିବା ମୂର୍ତ୍ତି ଙ୍କ ପାଦ ପାଣିରେ ବୁଡାଇଲା ପରେ ସେଇ ପାଣି କୁ ଭକ୍ତ ମାନେ ପାଇ ଥାନ୍ତି ଓ ପରେ ମନ୍ଦିର ଭିତରେ ପୂଜା ପଣ୍ଡା ପୂଜା କରିସାରି ବା ପରେ ଓଷା କରିଥିବା ଭକ୍ତ ମାନେ ରାଶି ଲଡ଼ୁ ଖାଇ ଓଷା ପୂର୍ଣ୍ଣ କରନ୍ତି, ମନ୍ଦିର ତରଫରୁ ସମସ୍ତ ନୀତି ରୀତି ପାଇ ଆନୁସାଙ୍ଗିକ ଵେବସ୍ତା କରାଯାଇଥିଲା, ସେହିପରି କାକଟପୁର ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମରେ ଭଗବାନ କୃଷ୍ଣ ଏହି ତିଥିରେ ଧରାବରଣ କରିଥିଲେ ଆଉ ସେହି ତିଥିକୁ ଆମ ସନାତନ ଧର୍ମବାଲମ୍ବୀ ମାନେ ପାଳନ କରଥାନ୍ତି।ପ୍ରତି ବର୍ଷ ପରି ଚଳିତ ବର୍ଷ ବାଘମୁଣ୍ଡା ଗ୍ରାମର ଉତ୍କଳ ଗୋପାଳ ସମାଜ ଗୋଷ୍ଠ ପକ୍ଷରୁ ଏହି ଜନ୍ମାଷ୍ଟମୀକୁ ବେଶ ଆଡମ୍ବର ଭାବେ ପାଳନ କରାଯାଇଥିଲା l ଛୋଟ ଛୋଟ ପିଲା ମାନେ ଅବିକଳ କୃଷ୍ଣଙ୍କ ବସ୍ତ୍ର, ମୁକୁଟ, ହାର, ମୟୁର ଚନ୍ଦ୍ରିକା ପରିଧାନ କରି ହାତରେ ବଂଶୀ ଧରି ଭଗବାନ ଶ୍ରୀକୃଷ୍ଣ ଅବତାର ଧାରଣ କରି ହାତରେ କଳସୀ ଧରି ରାଧାରାଣୀଙ୍କ ରୂପରେ ସଜାଇ ହୋଇ କୃଷ୍ଣଙ୍କ ଲୀଳାରେ ଅବତୀର୍ଣ୍ଣ ହୋଇ ଗ୍ରାମ ପରିଭ୍ରମଣ କରି ନୃତ୍ୟ ପରିବେଷଣ କରିଥିଲା। ସତେ ଯେପରି ବୃନ୍ଦାବନର ଭ୍ରମ ସୃଷ୍ଟି ହେବା ସହିତ ଗୋପାଙ୍ଗନା ମାନେ ଧରାପୃଷ୍ଠରେ ଅବତାରଣ କରିଛନ୍ତି। ଏହି ଉତ୍ସବ କୁ ଉତ୍କଳ ଗୋପାଳ ସମାଜ ଗୋଷ୍ଠ ର ସମ୍ପାଦକ ପ୍ରମୋଦ କୁମାର ବେହେରା, ସୁନାକରବେହେରା, ବାସୁଦେବ ବେହେରା,ସପନି ବେହେରା, ସୁଦର୍ଶନ ପରିଡ଼ା, ନିଶିକାନ୍ତ ବେହେରା ଅତୁଲ ବେହେରା ପରିଚାଳନା କରିଥିଲେ l ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଉତ୍ସବ କୁ ଉପଭୋଗ କରିବା ସହିତ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିଥିଲେ।