
ଅଭିନଵ ଉପାୟରେ ନିଶାଡି ଓ ନିଶା କାରବାରକୁ ରୋକିବା ପାଇଁ ପ୍ରୟାସ କଲେ ଓସ୍ତପୁର ଗ୍ରାମ ବାସୀ
କାକଟପୁର ଗତ କିଛି ଦିନ ହେବ ଗାଁ ଗହଳି ମାନଙ୍କରେ ଯୁବ ପିଢ଼ି ମାନଙ୍କୁ ପଥ ଭ୍ରଷ୍ଟ ଓ ନିଶା କାରବାର ରେ ଲିପ୍ତ କରାଇ କିଛି ଅସାଧୁ ଵେବସାୟୀ ନିଶା କାରବାରକୁ ବଢ଼ାଇ ଥିବା ବେଳେ ଓସ୍ତପୁର ଅଞ୍ଚଳ ର କିଛି ଯୁବକ ପଥ ଭ୍ରଷ୍ଟ ହୋଇ ନିଶା ଶକ୍ତ ହୋଇ ଅ ବାଟକୁ ଚାଲି ଯାଉଥିଲେ, ଏ ଖବର ଶୁଣି କାକଟପୁର ନିକଟସ୍ତ ଓସ୍ତପୁର ଗ୍ରାମର ଗ୍ରାମ ବାସୀ ମାନେ ଏକାଠି ହୋଇ ଭିର୍ନ୍ନ ଏକ ପରମ୍ପରା ସୃଷ୍ଟି କରି ଅନ୍ୟ ଗାଁ ପ୍ରତି ଉଦାହରଣ ସାଜିଛନ୍ତି, ଖବର ରୁ ଜଣା ପଡିଛି ଜେ ଗତ କିଛି ଦିନ ତଳେ ଓସ୍ତପୁର ଅଞ୍ଚଳ ର ମଦ ସମ୍ପର୍କିତ ଖବର ଖବର କାଗଜରେ ମଣ୍ଡିତ ହୋଇଥିବା ବେଳେ ଗାଁ ର ବାହାରେ ବିଭିନ୍ନ କ୍ଷେତ୍ର ରେ ଚାକିରୀ କରିଥିବା ଲୋକଙ୍କ ହୃଦୟକୁ ଝଟକା ଲାଗିଥିଲା ଏହି ଅବସରରେ ଗାଁ ର ପ୍ରଦୁମ୍ନ କୁମାର ସେନାପତି, ଜିତେନ୍ଦ୍ର ସେନାପତି,ତୋଫାନ କୁମାର ସେନାପତି,ବଟ କୃଷ୍ଣ ସେନାପତି,ଦୀପ୍ତି ରଞ୍ଜନ ସେନାପତି ପ୍ରମୁଖ ଗାଁ ର ଲୋକଙ୍କୁ ଡାକି ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି ଓ ଅଭିଯୋଗ ଭିତିକ ବିକ୍ରି କରିଥିବା ବ୍ୟକ୍ତି ଏକାଠି ହୋଇ ସ୍ୱପ୍ନେଶ୍ଵର ଙ୍କ ପାଖରେ ଶପଥ କରି ମାଦକ ଦ୍ରବ୍ୟ ସେବନ କରିବୁ ନାହିଁ କି ଗାଁ ରେ ପୁରାଇ ଦେବୁ ନାହିଁ, ଗାଁ ର ନାମକୁ ପୁନର୍ବାର ଉଜ୍ଜୀବିତ କରି ଗାଁ ର ସୁନାମ ଆଣିବାକୁ ଯେଉଁ ଉଦ୍ୟମ ତାହା ନିଶ୍ଚୟ ପ୍ରଶଂସନୀୟ ଏଥିରେ ସନ୍ଦେହ ନାହିଁ, ଏହି ପରି ପ୍ରେକ୍ଷରେ ସ୍ୱପ୍ନେଶ୍ଵର ମହାଦେବ ଙ୍କ ପାଖରେ ସମସ୍ତ ଏକାଠି ହୋଇ ଗାଁ ରେ ନିଶା ସେବନ କରାଇ ଦେବୁନି କି ନିଶା କାରବାରକୁ ପ୍ରଶୟ ଦେବୁନି ଏହି ବାର୍ତା ପାଖ ଗାଁ କୁଁ ବ୍ୟାପି ଥିବା ବେଳେ ଅନେକ ଗାଁ ଏହି ଭଳି ମହତ କାମକୁ ସ୍ୱାଗତ କରିଥିବା ଜଣା ପଡିଛି. ଏହାର ପ୍ରଭାବ ରେ ଆଖ ପାଖ ଗାଁ ର ନିଶାଡି ଓ ନିଶା ବେପାରୀ ମାନଙ୍କ ଭିତର କୋକୁଆ ଭୟ ସୃଷ୍ଟି ହୋଉଛି