
ନୂଆବର୍ଷ ରେ ମା ମଙ୍ଗଳାଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ
କାକଟପୁର ତା ୧/୧, (ତୁଷାର ଦୀକ୍ଷିତ ) ଇଂରାଜୀ ନବବର୍ଷ ଉପଲକ୍ଷେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା l ନବବର୍ଷ ର ପ୍ରଥମ ଦିନରେ, ମା ଙ୍କୁ ଦର୍ଶନ କରି ପରିବାରର ଶୁଭମନାସିବା ସହିତ ବର୍ଷ ତମାମ ସୁଖ ସମୃଦ୍ଧି ରେ କାଟିବା ପାଇଁ ପୂଜାର୍ଚନା ଓ ଆଶୀର୍ବାଦ ଭିକ୍ଷା କରିଥିଲେ l ରାତ୍ର ୩ ଘଟିକା ଠାରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ପରେ ନୂତନ ବସ୍ତ୍ର ଓ ଆଭୂଷଣ ରେ ମା ଙ୍କୁ ସଜ୍ଜିତ କରାଯାଇଥିଲା l ପରେ ବଲ୍ଲଭ ଓ ପହିଲି ଭୋଗ ନୀତି କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା l ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମାଙ୍କୁ ଦର୍ଶନ କରିଥିଲେ l ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରର ଚାରିଦ୍ୱାରକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା l କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ଙ୍କ ତତ୍ୱାବଧାନରେ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l