
ବିଦ୍ୟାଳୟ ସାମଗ୍ରୀ ଚୋର ଙ୍କୁ ବ୍ରାଉନସୁଗାର ସହିତ କାବୁ କଲା ପୋଲିସ
କାକଟପୁର ୮/୨ ( ତୁଷାର ଦୀକ୍ଷିତ ) କାକଟପୁର ପୋଲିସ କୁ ମିଳିଛି ବଡ଼ ସଫଳତା, ଗତମାସ ୧୭ ତାରିଖ ରେ ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଞ୍ଚାୟତ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରୀ ହୋଇଥିଲା, ଯାହାକୁ ନେଇ ବିଦ୍ୟାଳୟ ତରଫରୁ କାକଟପୁର ଥାନା ରେ ଅଭିଯୋଗ ହୋଇଥିଲା, ଏହାର ୧୫ ଦିନ ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ବିଦ୍ୟାଳୟ ନିକଟରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ l ଏହି ଘଟଣା କ୍ରମାନୟ ରେ ଘଟିବାରୁ କାକଟପୁର ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଓସ୍ତପୁର ନଦୀବନ୍ଧ ଉପରୁ ବ୍ରାଉନସୁଗାର ସହିତ ୨ ଯୁବକ ଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି, ତାଙ୍କ ପାଖରୁ ୫. ୫ମିଗ୍ରାମ ର ବ୍ରାଉନସୁଗାର ସହିତ ୨ ଗୋଟି ମୋବାଇଲ ଫୋନ ପୋଲିସ ଜବତ କରିଛି, ଏହି ଯୁବକ ୨ ଜଣ ପୋଲିସ ହାତରେ ଧରାପଡିବା ପରେ ଜିଉଁନ୍ତି ନିକଟରେ ରାସ୍ତା ପାର୍ଶ୍ୱ ରେ ଶୁକ୍ରବାର ଦିନ ସକାଳୁ ବିଦ୍ୟାଳୟ ସାମଗ୍ରୀ ଫିଙ୍ଗାହୋଇଥିବା ଦେଖିବାକୁ ମିଳିଥିଲା, ଆଉ ଏହି ୨ ଜଣଙ୍କୁ ପଚରାଉଚରା କରିବା ପରେ ସେମାନେ ଏହି ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ଚୋରୀ ସହିତ ଜଡିତ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି, ଆଉ ଏହି ଚୋରି ପଛରେ ଆଉ କିଛି ସହଯୋଗୀ ଅଛନ୍ତି ବୋଲି ପୋଲିସ କୁ ସୂଚନା ଦେଇଛନ୍ତି, ଏହାପରେ ଭାରତୀୟ ନ୍ୟାୟ ସହିନ୍ତା ଅନୁଯାୟୀ ଏନଡିପିଏସ ଆକ୍ଟ ୨୧/ବି, କେଶ ନମ୍ବର ୨୮/୨୫ ରେ ଯୁବକ ୨ ଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ନିମାପଡା କୋର୍ଟ ଚାଲାଣ କରାଯାଇଛି, ଯୁବକ ୨ ଜଣଙ୍କ ପରିଚୟ ଓସ୍ତପୁର ଗ୍ରାମ ର ବିଭୁତି ସେନାପତି (ଭୂପତି )୩୧, ନିକଟ ଗ୍ରାମ ଖଣ୍ଡାସାହି ର ରାଜେଶ ବିଶ୍ୱାଳ (୩୧), ଯାହାକୁ ନେଇ କାକଟପୁର ଥାନା ଅଧିକାରୀ ଉମେଶ ସାହୁ ସାମ୍ବାଦିକ ସମ୍ମିଳନୀ ଡକାଇ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି l